ଜାପାନ ମାରିଛି ୧୨୨ଟି ଗର୍ଭବତୀଙ୍କ ସମେତ ମୋଟ୍‌ ୩୩୩ ତିମି,ଜାଣନ୍ତୁ କାରଣ।

ଟୋକିଓ: ଗତ ଗ୍ରୀଷ୍ମ ଋତୁରେ ଜାପାନ ୩୩୩ଟି ବିରଳ ଆଣ୍ଟାର୍ଟିକା ତିମି ଶିକାର କରିଛି। ବିଶ୍ୱ ସମୁଦାୟ ତିମି ଶିକାର ଉପରେ କଟକଣା ଲଗାଇ ଥିବା ବେଳେ ଜାପାନ ସରକାର ବୈଜ୍ଞାନିକ ଗବେଷଣା ଆଳରେ ଏପରି ତିମି ଶିକାର ଜାରି ରଖିଥିବା କୁହାଯାଉଛି। ଜାପାନ ୩୩୩ଟି ତିମି ଶିକାର କରିଛି ସେଥିମଧ୍ୟରେ ୧୨୨ଟି ତିମି ଗର୍ଭବତୀ ଥିଲେ। ଏହି ତିମି ଶିକାରକୁ ‘ଆଣ୍ଟାର୍ଟିକା ସାମୁଦ୍ରିକ ଜୈବଶୃଙ୍ଖଳର ଗତିଶୀଳତା’ ଉପରେ ଗବେଷଣା ପାଇଁ ଆବଶ୍ୟକ ଜୈବିକ ନମୂନାକରଣ ଉଦ୍ଦେଶ୍ୟରେ କରାଯାଇଛି ବୋଲି ଜାପାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜାପାନରେ ତିମି ଶିକାର ବୃଦ୍ଧି ପାଉଛି। ଏହାକୁ ସମଗ୍ର ବିଶ୍ୱରେ ବିରୋଧ କରାଯାଉଛି। ତିମି ଏକ ବିରଳ ସାମୁଦ୍ରିକ ପ୍ରାଣୀ ।ଏହାର ମନଇଚ୍ଛା ଶିକାର ଦ୍ୱାରା ସାମୁଦ୍ରିକ ପରିବେଶ ଉପରେ ଏହାର କୁପରିଣାମ ପଡ଼ିବ ବୋଲି କୁହାଯାଉଛି। ତେଣୁ ତିମି ଶିକାର ବିରୋଧରେ ସଚେତନତା ସୃଷ୍ଟିି ପାଇଁ ବିଶ୍ୱର କେତେକ ଦେଶ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର