ଜାପାନ ପ୍ରଧାନମନ୍ତ୍ରୀ ‘ଜୋତା’ରେ ପରସା ଖାଦ୍ୟ ଖାଇଲେ :ବିଭିନ୍ନ ମହଲରେ ବିରୋଧ

ଟୋକିଓ: ଇସ୍ରାଏଲ ଗସ୍ତରେ ଯାଇଥିବା ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରାଯିବାର ଏକ ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ନେଇ ବିଶ୍ୱ ବ୍ୟାପୀ ଚର୍ଚ୍ଚା ଚାଲିଛି। ଗତ ୨ ତାରିଖ ଦିନ ଇସ୍ରାଏଲ ଗସ୍ତରେ ଥିବା ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ବାସଭବନରେ ରାତ୍ରି ଭୋଜନ କରିଥିଲେ। ସେଠାରେ ଆବେଙ୍କୁ ଜୋତାରେ ଖାଦ୍ୟ ପରସା ଯାଇଥିଲା। ଆବେ ମଧ୍ୟ ଏହାକୁ ବିନା ଦ୍ୱିଧାରେ ଗ୍ରହଣ କରିଥିଲେ। ତେବେ ଏହି ମାମଲାରେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି। ଜାପାନ ସଂସ୍କୃତିରେ ଜୋତାକୁ ଅପମାନଜନକ ଭାବେ ଗ୍ରହଣ କରାଯାଇଥିବା ବେଳେ ନେତାନ୍ୟାହୁଙ୍କ ଏଭଳି ବ୍ୟବହାର ଜାପାନ ନାଗରିକଙ୍କୁ ଆଘାତ ଦେଇଛି ବୋଲି ଜାପାନର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି। ଇସ୍ରାଏଲ ବିଦେଶ ବିଭାଗ ଏକ ବୟାନ ଜାରି କରି କହିଛି ଯେ ଖାଦ୍ୟ ପରସା ଯିବାର ଏହା ଏକ ଅଭିନବ କଳା ଏବଂ ଏଥିପାଇଁ ଆମେ ସେଫଙ୍କ କାମକୁ ପ୍ରଶଂସା କରୁଛୁ।

ସମ୍ବନ୍ଧିତ ଖବର