ବିଶ୍ୱରୁ କଣ ଜାପାନି ମାନେ ବିଲୁପ୍ତ ହୋଇଯିବେ ?

ଟୋକିଓ : ସମଗ୍ର ବିଶ୍ୱରେ ଜାପାନି ଜାତି ଏକ  ଲଢୁଆ, ପରିଶ୍ରମୀ ଓ ଉଦ୍ୟମୀ ଜାତି ଭାବରେ ଜଣାଶୁଣା । ନିଜର ବୁଦ୍ଧି ଓ ପରିଶ୍ରମ ବଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପାଉଁଶରେ ପରିଣତ ହୋଇଥିବା ନିଜ ଦେଶକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିପାରିଛନ୍ତି । ଜାପାନୀ ମାନଙ୍କ କର୍ତ୍ତବ୍ୟନିଷ୍ଠା ସଂପର୍କରେ ଉଦାହରଣ ଦିଆଯାଏ । କିନ୍ତୁ ଚିନ୍ତାର ବିଷୟ ଯେ ବିଶ୍ୱରେ ଜାପାନୀ ମାନଙ୍କ ସଂଖ୍ୟା କମୁଛି । ୨୦୧୭ରେ ଜାପାନରେ ମାତ୍ର  ୯୪୬,୦୬୦ ଜଣ ଶିଶୁ ଜନ୍ମ ହୋଇଛନ୍ତି, ଯାହାକି ୧୮୯୯ ପରଠାରୁ ସର୍ବନିମ୍ନ । ଅନ୍ୟପକ୍ଷରେ ୨୦୧୭ରେ ୧୩୪୦୪୩୩ ଜଣ ଜାପାନୀ ମୃତ୍ୟୁବରଣ କରିଥିଲେ । ଅର୍ଥାତ ଜାପାନରେ ଜନ୍ମ ସଂଖ୍ୟା ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ହେବାରୁ  ଲୋକସଂଖ୍ୟା ପ୍ରାୟ ୪ ଲକ୍ଷ ହ୍ରାସ ପାଇଛି । ବିଂଶ ଶତାବ୍ଦୀରେ ଜାପାନର ଲୋକସଂଖ୍ୟା ବଢିଚାଲିଥିଲା, କିନ୍ତୁ ଆଜି କାଲି ଯୁବକମାନଙ୍କ ମଧ୍ୟରେ ବିବାହ ଓ ବଂଶବିସ୍ତାର ଆଗ୍ରହ କମିଛି । ୧୯୭୦ରେ  ଏକ ଜାପାନି ଦମ୍ପତ୍ତିଙ୍କ ହାରାହାରି  ୨.୧ଟି ସନ୍ତାନ ଥିବାବେଳେ ଏବେ ତାହା ୧.୪କୁ ହ୍ରାସ ପାଇଛି । ଏହି ଧାରା ବଜାୟ ରହିଲେ ୨୦୫୦ ସୁଦ୍ଧା ଜାପାନରେ ମାତ୍ର ୧୦ କୋଟି ଜାପାନୀ ଲୋକ ରହୁଥିବେ । ଏବେ ଜାପାନର ଜନସଂଖ୍ୟା ୧୪ କୋଟି ରହିଛି ।

ସମ୍ବନ୍ଧିତ ଖବର