ରାହୁଲଙ୍କୁ ଜାଭେଡକରଙ୍କ ଜବାବ:ବିକାଶ ନୁହେଁ, ରାହୁଲ ପାଗଳ ହୋଇଯାଇଛନ୍ତି

ରାହୁଲ ଗାନ୍ଧୀ ଗୁଜରାଟରେ ଜାତିବାଦର ବିଷମଂଜି ବୁଣିବାକୁ ଉଦ୍ୟମ କରିଛନ୍ତି, କିନ୍ତୁ ଗୁଜରାଟବାସୀ ଏହାକୁ ପ୍ରତ୍ୟାଖ୍ୟାନ କରି ଷଷ୍ଠ ଥର ପାଇଁ ବିଜେପିକୁ କ୍ଷମତାକୁ ଆଣିଛନ୍ତି। ଗୁଜରାଟ ମଡେଲର ସଫଳତା ଏହାର ବିକାଶ କାର୍ଯ୍ୟ ଉପରେ ଆଧାରିତ ଏବଂ ଏଥିପାଇଁ ଜନସାଧାରଣ ଗର୍ବିତ। ତେବେ ରାହୁଲ ଗାନ୍ଧୀ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିକାଶ ବିରୋଧୀ ବୟାନବାଜି ଜାରି ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବିକାଶ ପାଗଳ ହୋଇଯାଇଛି ବୋଲି ରାହୁଲ ଯାହା କହୁଛନ୍ତି, ପ୍ରକୃତରେ ବିକାଶ ପାଗଳ ହୋଇନାହିଁ, ରାହୁଲ ଗାନ୍ଧୀ ନିଜେ ପାଗଳ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। ପରାଜୟରୁ ଶିକ୍ଷାଲାଭ କରିବା ପରିବର୍ତ୍ତେ ବିଜୟୀ ଦଳକୁ ନିନ୍ଦା କରିବା କଂଗ୍ରେସର ଭୟଙ୍କର ହତାଶାକୁ ପ୍ରମାଣ କରିଛି ବୋଲି ଜାଭଡେକର କହିଛନ୍ତି।

ସମ୍ବନ୍ଧିତ ଖବର