ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ

ଜମ୍ମୁ: ସ୍ୱାଧୀନତା ଦିବସ ପାଇଁ ସୀମା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଆଜି ଦଳେ ଆତଙ୍କବାଦୀ ସୀମା ଦେଇ ଭାରତ ମଧ୍ୟରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଠିକଣା ସମୟରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ପୁଷ୍ପେନ୍ଦ୍ର ସିଂହ ନାମକ ଜଣେ ଯବାନ ସହିଦ ହୋଇଛନ୍ତି। କିନ୍ତୁ ଆତଙ୍କବାଦୀମାନଙ୍କୁ ତଡ଼ିବାରେ ସେନା ସଫଳ ହୋଇଛି। ସେମାନେ ଜମ୍ମୁ-କଶ୍ମୀରର କୁପ୍‌ଓ୍ଵାଡ଼ା ଜିଲ୍ଲା ଅନ୍ତର୍ଗତ ଟଙ୍ଗଧାର ସେକ୍ଟର ମଧ୍ୟଦେଇ ଭାରତରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସକାଳେ ସେମାନଙ୍କ ଗତିବିଧି ଜଣାପଡ଼ିଥିଲା। ଦିନସାରା ଛକାପଞ୍ଝା ପରେ ସଂଧ୍ୟାବେଳେ ସାମ୍ନାସାମ୍ନି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରି ସ୍ୱାଧୀନତା ଦିବସରେ ବଡ଼ଧରଣର କାଣ୍ଡ ଘଟାଇବେ ବୋଲି ସୂଚନା ମିଳିଥିଲା। ବାରମ୍ବାର ଗୁଇନ୍ଦା ସଂସ୍ଥା ତରଫରୁ ସୂଚନା ମିଳିବା ପରେ ସୀମା ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଭାଗରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର