ଜମ୍ମୁ କଶ୍ମୀର: ଯବାନଙ୍କୁ ଅପହରଣ କରି ହତ୍ୟା

କଶ୍ମୀର: ଜମ୍ମୁ କଶ୍ମୀରର ସୋପିଆରେ ଶନିବାର ଜଣେ ଯବାନଙ୍କ ମୃତଦେହ ମିଳିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯବାନଙ୍କୁ ପ୍ରଥମେ ଅପହରଣ କରାଯାଇ ହତ୍ୟା କରାଯାଇଛି। ପୁଲିସ କହିବା ଅନୁସାରେ, କିଗମ ଅଞ୍ଚଳରୁ ହସ୍ତଗତ ହୋଇଥିବା ଯବାନଙ୍କ ମୃତଦେହରେ କ୍ଷତ ଚିହ୍ନ ରହିଛି। ଏହି ୨୩ ବର୍ଷିଅ ଯବାନଙ୍କ ନାମ ଇରଫାନ ଅହମଦ ଆର ଓ ସେ ସାଜନ ଗ୍ରାମର ନିବାସୀ ଅଟନ୍ତି।

ମୃତ ଯବାନଙ୍କୁ ଗୁରେଜ ଅଞ୍ଚଳରେ ମୁତୟନ କରାଯାଇଥିଲା ଓ ସେ ଛୁଟିରେ ଘରକୁ ଆସିଥିଲେ। ଏହି ହତ୍ୟା ଲାଗି କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ ବୋଲି କହି ନାହାଁନ୍ତି। ଅନ୍ୟପକ୍ଷରେ ଘଟଣା ପରେ ସେନା ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଆରମ୍ଭ କରି ଦେଇଛି।

ଘଟଣା ପରେ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ହତ୍ୟାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଇରଫାନ ଅହମଦଙ୍କ ହତ୍ୟାକାଣ୍ଡକୁ ମୁଁ କଡ଼ା ନିନ୍ଦା କରୁଛି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର