କୁପଓ୍ଵାଡ଼ା ଏନକାଉଣ୍ଟର: ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାର କେରନ ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆଜି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ସୁରକ୍ଷାବାହିନୀ। ନିୟନ୍ତ୍ରଣ ରେଖା ନିକଟରେ ଆଜି ପ୍ରତ୍ୟୁଷରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ୨ ଜଣ ଯବାନ ଆହତ ହୋଇଛନ୍ତି। ଏହି ଅଂଚଳରେ ପ୍ରାୟ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାରୁ ସେମାନଙ୍କୁ ଖୋଜି ନିପାତ କରିବା ପାଇଁ ଅଭିଯାନକୁ ବ୍ୟାପକ କରାଯାଇଛି।

ସମ୍ବନ୍ଧିତ ଖବର