ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ହିଂସା ଯୋଗୁ ଉତ୍ତର-ପୂର୍ବ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଏଥିରେ ଗୁରୁତର ହୋଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଗୁରୁତରଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି। ଏହି ହିଂସାରେ ଜଳୁଥିବା ଗାଡ଼ି, ଭଙ୍ଗାରୁଜା ଦେକାନଘର ଓ ପଥରମାଡ଼ ଆଦିର ଲୋମଟାଙ୍କୁରା ଦୃଶ୍ୟ ଭିତରେଏକ ହୃଦୟସ୍ପର୍ଶୀ ଦୃଶ୍ୟ ବି ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣମାନେ ବି ଗର୍ବ ଅନୁଭବ କରିବେ।
ହିଂସାରେ ଗୁରୁତର ହୋଇଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ଯେମିତି ରକ୍ତର ଅଭାବ ନ ପଡ଼ୁ ସେଥିପାଇଁ ୫୦ଜଣ ସିଆରପିଏଫ୍ ଯବାନ ହସ୍ପିଟାଲ୍ରେ ପହଞ୍ଚିଥିଲେ। ୫୦ଜଣ ଯବାନଙ୍କ ମଧ୍ୟରୁ ୩୪ଜଣ ଯବାନ ରକ୍ତଦାନ କରିଥିବା ବେଳେ ବାକି ୧୬ ଜଣଙ୍କୁ ହସ୍ପିଟାଲ ପ୍ରଶାସନ ଆବଶ୍ୟକ ପଡ଼ିଲେ ନିଶ୍ଚୟ ଖବର ଦେବେ ବୋଲି ଆଶ୍ୱାସନା ଦେଇଥିଲେ। ହସ୍ପିଟାଲ୍ ପକ୍ଷରୁ ଏହି ଆଶ୍ୱାସନା ପାଇବା ପରେ ୧୬ଜଣ ଯବାନ ଫେରି ଆସିଥିଲେ।
/sambad/media/post_attachments/3d8ae180a39ca9dc160b697140fde81ea7def7a37e430fec7fd05341a4e435ce.jpeg)
ଜିଟିବି ହସ୍ପିଟାଲ୍ ପ୍ରଶାସନ ସମସ୍ତ ଯବାନଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଥିଲେ, ଏବେ ଆମ ହସ୍ପିଟାଲ୍ରେ ପର୍ଯ୍ୟ।ପ୍ତ ମାତ୍ରାରେ ରୋଗୀଙ୍କ ପାଇଁ ରକ୍ତ ମହଜୁଦ ଅଛି। କିନ୍ତୁ ହିଂସାରେ ଗୁରୁତର ହୋଇଥିବା ଲୋକଙ୍କୁ କୌଣସି ବି ପରିସ୍ଥିତିରେ ଯେପରି ରକ୍ତର ଅଭାବ ନ ହୁଏ, ସେଥିପାଇଁ ସିଆରପିଏଫ୍ ଯବାନ ରକ୍ତଦାନ କରିଥିଲେ। ଏହି ସିଆରପିଏଫ ଯବାନଙ୍କ ଯେତେ ପ୍ରଶଂସା କଲେ ସେତେ କମ୍ ହେବ।