ଏମ୍ସରେ ଭର୍ତ୍ତି ହୋଇନାହାନ୍ତି ଜୟ ନାରାୟଣ

ନୂଆଦିଲ୍ଲୀ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ବର୍ତ୍ତମାନ ସୁଦ୍ଧା ଏମ୍ସରେ ଭର୍ତ୍ତି ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଓଡ଼ିଶା ନିବାସର ୧୨୦୭ ପ୍ରକୋଷ୍ଠରେ ଅବସ୍ଥାନ କରୁଛନ୍ତି। ମିଳିଥିବା ସୂଚନାନୁଯାୟୀ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯିବାପରେ ଜେଲ୍‌ ତରଫରୁ ତାଙ୍କର ଏମ୍ସରେ ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ନଥିପତ୍ର ପହଞ୍ଚି ପାରିନଥିବାରୁ ଏମ୍ସରେ ଭର୍ତ୍ତି ହେବାରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ ଶ୍ରୀ ମିଶ୍ର ଗତକାଲି ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ ନୂଆଦିଲ୍ଲୀ ଆସି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର