ଜୟନ୍ତ ମାମ୍ମେନ ମାଥ୍ୟୁ ଆଇଏନଏସର ନୂଆ ସଭାପତି

ଓଡ଼ିଶାରୁ ସମାହିତ ବଳ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ

ବେଙ୍ଗାଲୁରୁ : ମାଲାୟାଲା ମନୋରମାର ଜୟନ୍ତ ମାମ୍ମେନ ମାଥ୍ୟୁ ୨୦୧୮-୧୯ ବର୍ଷ ପାଇଁ ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନ୍‌ଏସ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଇଏନ୍‌ଏସ୍‌ର ୭୯ତମ ସାଧାରଣ ପରିଷଦ ବୈଠକରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ମିଡ ଡେର ଶୈଳେଶ ଗୁପ୍ତା ଡେପୁଟି ସଭାପତି ହୋଇଥିବାବେଳେ ହେଲଥ୍‌ ଆଣ୍ଡ ଦ ଆଣ୍ଟିସେପ୍ଟିକର ଏଲ. ଆଦିମୁଲାନ ଉପସଭାପତି ନିର୍ବାଚିତ ହୋଇଛନ୍ତି। ପାଟନା ହିନ୍ଦୁସ୍ତାନ ଟାଇମ୍ସର ଶରଦ ସାକ୍ସେନା ଅବୈତନିକ କୋଷାଧ୍ୟକ୍ଷ ହୋଇଛନ୍ତି। ଲଭ ସାକ୍ସେନା ଆଇଏନ୍‌ଏସ୍‌ର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଦେଶର ବିଭିନ୍ନ ଖବରକାଗଜରୁ ୪୧ ଜଣ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇଛନ୍ତି। ‌‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସମାହିତ ବଳ ଏଥର ମଧ୍ୟ ଆଇଏନ୍‌ଏସ୍‌ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିରେ ସେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର