କଥା କଥା ପଡି ଲେଖିନି, ଏହା ମୋର ବ୍ୟକ୍ତିଗତ ମନ୍ତବ୍ୟ: ଜୟନ୍ତ

ନୂଆଦିଲ୍ଲୀ: ପୂର୍ବତନ ବିତ୍ତମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନାଙ୍କ ପୁଅ ନିଜ ପିତାଙ୍କ ଲେଖାକୁ ବିରୋଧ କରି ବିବୃତ୍ତି ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ତାଙ୍କ ଉପରେ କୌଣସି ଚାପ ରହିଥିବାରୁ ସେ ଏଭଳି ମନ୍ତବ୍ୟ ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ଗୁରୁବାର ଏହାକୁ ସେ ଖଣ୍ଡନ କରିଛନ୍ତି । ନିଜ ବିବେକ ବୁଦ୍ଧି ଖଟାଇ ଏଭଳି ଲେଖିଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଅର୍ଥବ୍ୟବସ୍ଥା ସମ୍ପର୍କରେ ଅରୁଣ ଜେଟଲୀ ଓ ପୂର୍ବତନ ବିତ୍ତମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନାଙ୍କ ମତ ବିନିମୟ ପରେ ବିବାଦ ଦେଖା ଦେଇଥିଲା। ଯଶଓ୍ଵନ୍ତ ସମ୍ପ୍ରତିକ ଅର୍ଥବ୍ୟବସ୍ଥାକୁ ସମାଲୋଚନା କରିଥିବା ବେଳେ ଜେଟଲୀ ତାଙ୍କ ପ୍ରତିକ୍ରିୟାକୁ ତିବ୍ର ବିରୋଧ କରିଥିଲେ । ନାଁ ନ ନେଇ ଯଶଓ୍ଵନ୍ତଙ୍କ ଉଦ୍ଧେଶ୍ୟରେ ସେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ମାତ୍ର ଶେଷରେ ଖୋଦ୍‌ ଯଶଓ୍ଵନ୍ତଙ୍କ ପୁଅ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ମନ୍ତବ୍ୟ ପିତାପୁତ୍ରଙ୍କ ମଧ୍ୟରେ ରହିଥିବା ମତଭେଦକୁ ପଦାରେ ପକାଇଥିଲା ।

କାହା କଥାରେ ପଡି ନୁହେଁ, ନିଜେ ବିବେକ ଅନୁମୋଦନ ପରେ ଏମିତି ଲେଖା ଲେଖିଲି ।

ଏଥିରେ କାହାର ଚାପ ନାହିଁ । ଏହା ଭାବିବା ସର୍ବାଦୌ ଅନୁଚିତ୍‌ ବୋଲି ମନେକରୁଛି ।

  • -କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା
ସମ୍ବନ୍ଧିତ ଖବର