ପ୍ରାର୍ଥୀପତ୍ର ଦାଖଲ କଲେ ଜୟପ୍ରଦା

ନୂଆଦିଲ୍ଲୀ : ନିକଟରେ ବିଜେପିରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ଆଜି ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ଜନ୍ମଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜୟପ୍ରଦା ବିଜେପି ପରି ବଡ଼ ଦଳର ସମର୍ଥନରେ ନିର୍ବାଚନ ଜିତିବେ ବେଲି କହିଛନ୍ତି। ଲାଲ୍‌ ଏବଂ ସୁନେଲି ରଙ୍ଗର ଶାଢ଼ି ପିନ୍ଧିଥିବା ଜୟପ୍ରଦା ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମନ୍ଦିର ଏବଂ ମସଜିଦ୍‌ ଯାଇ ଆଶୀର୍ବାଦ ନେଇଥିଲେ। ରାମପୁର ଆସନରେ ଜୟପ୍ରଦା ସପା ନେତା ଆଜମ ଖାନ୍‌ଙ୍କୁ ଟକ୍କର ଦେବେ। ତେବେ ବିଏସ୍‌ପି ଏବଂ ଆରଏଲ୍‌ଡି ସପା ପ୍ରାର୍ଥୀ ଆଜମ ଖାନ୍‌ଙ୍କୁ ରାମପୁରରୁ ସମର୍ଥନ ଦେଉଥିବାରୁ ଜୟପ୍ରଦାଙ୍କ ପାଇଁ ଏହି ଲଢ଼େଇ ଅଧିକ କଠିନ ହେବ ବୋଲି କୁହାଯାଉଛି। ଜୟପ୍ରଦା ପୂର୍ବରୁ ୨ ଥର ରାମପୁରରୁ ଲୋକସଭାକୁ ପ୍ରତିନିଧିତ୍ବ କରିଛନ୍ତି। ମେଣ୍ଟ ବିରୋଧରେ ବିଜୟ ହାସଲ କରିବା ପାଇଁ ବିଜେପି ଏଠାରେ ସ୍ବତନ୍ତ୍ର ରଣନୀତିରେ କାମ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର