ସଙ୍କଟରେ ଜେଡିୟୁ-ବିଜେପି ମେଣ୍ଟ

ପାଟନା: ଜୋଖିହାଟ ବିଧାନସଭା ଉପ ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ବାଜିମାତ୍‌ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଆସନରେ ୪୧,୨୨୫ ଭୋଟ୍‌ରେ ପରାସ୍ତ ହୋଇଥିବା ଜେଡିୟୁ ଏଥିପାଇଁ ଏନ୍‌ଡିଏ ଓ ବିଜେପିକୁ ଦାୟୀ କରିବା ପରେ ଦୁଇ ଦଳ ମଧ୍ୟରେ ତିକ୍ତତା ବଢ଼ିଛି। ରାଜ୍ୟରେ ଜେଡିୟୁ ଓ ବିଜେପି ମେଣ୍ଟ ସରକାର ଥିବା ବେଳେ ବେଶ୍‌ କିଛି ଦିନ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଏନ୍‌ଡିଏ ଓ ବିଜେପିକୁ ଟାର୍ଗେଟ କରୁଥିବାରୁ ଏବେ ଆନ୍ଧ୍ରପ୍ରଦେଶ ଭଳି ସ୍ଥିତି ଉତ୍ପନ୍ନ ହେବାନେଇ ଆଶଙ୍କା କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଳ ମୋଦିଙ୍କ ସହ ନୀତିଶ କୁମାରଙ୍କ ମତଭେଦ ହେଉଥିବାରୁ ଅତିଶୀଘ୍ର ଏହି ମେଣ୍ଟ ଭାଙ୍ଗିଯିବାର ଆଶଙ୍କା ରହିଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର