ପ୍ରମୋସନ୍‌ ଫାଇଲ୍‌ ଗାଏବ ହେବା ପରେ କନିଷ୍ଠ ଯନ୍ତ୍ରୀଙ୍କର ହୃଦ୍‌ଘାତରେ ମୃତ୍ୟୁ

ଲକ୍ଷ୍ନୌ: ରାଜ୍ୟ ନିର୍ମାଣ ନିଗମର ୧୮ ବର୍ଷ ଧରି ପଦୋନ୍ନତିକୁ ଅପେକ୍ଷା କରିଥିଲେ କନିଷ୍ଠ ଯନ୍ତ୍ରୀ ରାଜୀବ ସିହ୍ନା। ତାଙ୍କ ପଦୋନ୍ନତିର ଘୋଷଣା ହେବାର ଥିଲା,କିନ୍ତୁ ଠିକ୍‌ ସମୟରେ ତାଙ୍କର ପ୍ରମୋସନ୍‌ ଫାଇଲ୍‌ ଗାଏବ୍‌ ହୋଇଗଲା। ବହୁତ ଖୋଜାଖୋଜି କରିବାପରେ ବି ସେହି ଫାଇଲ ମିଳିଲା ନାହିଁ । ସେ ଏଥର ଅସହାୟ ହୋଇପଡ଼ିଲେ।ରାଜୀବ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନଥିଲେ। ଏହା ଫଳରେ ହୃଦ୍‌ଘାତରେ ପୀଡ଼ିତ ହୋଇ କନିଷ୍ଠ ଯନ୍ତ୍ରୀ ରାଜୀବ ସିହ୍ନା ମୃତ୍ୟୁବରଣ କରିଲେ। ଏଥିରେ ବ୍ୟଥିତ ହୋଇ ଡିପ୍ଲୋମା ଇଂଜିନିୟରମାନେ ମୁଖ୍ୟ ପରିଚାଳକଙ୍କ ସମେତ ବରିଷ୍ଠ ପଦାଧିକାରୀଙ୍କ ବିରୋଧରେ ନାରାବାଜି କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ନିର୍ମାଣ ନିଗମରେ ୨୦୦୦ ମସିହାରେ ରାଜୀବ ସିହ୍ନାଙ୍କ ଚାକରି ନିୟମିତ ହୋଇଥିଲା। ଡିପ୍ଲୋମା ଇଂଜିନିୟର୍ସ ସଂଘର ଅଧ୍ୟକ୍ଷ ମିର୍ଜା ଫିରୋଜ ଶାହାଙ୍କ ଅନୁଯାୟୀ,୨୦୧୫ ରେ ନ୍ୟାୟାଳୟ ପଦୋନ୍ନତି ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜୀବଙ୍କ ସମେତ ୨୬ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ପଦୋନ୍ନତି ମିଳିନଥିଲା।ବହୁବାର ପକ୍ଷଘାତରେ ଆକ୍ରାନ୍ତ ରାଜୀବ ସିହ୍ନା ମାନସିକ ଅବସାଦ ଭିତରେ ଥିଲେ। ଶନିବାର ଦିନ ତାଙ୍କର ପଦୋନ୍ନତିର ଘୋଷଣା ହେବାର ଥିଲା।

ସମ୍ବନ୍ଧିତ ଖବର