ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶିତ, ସୁରଜ କ୍ରିଷ୍ଣାଙ୍କୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ର‍୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଫଳାଫଳ ସୋମବାର ପ୍ରକାଶ ପାଇଛି। jeemain.nic.in, resuluts.nic. in ଓ cbseresults.nic.inରେ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ଏପ୍ରିଲ ୮, ୧୫ ଓ ୧୬ରେ ଅନ୍‌ଲାଇନ୍‌ରେ ହୋଇଥିଲା। ପ୍ରାୟ ୧୪ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ସାମିଲ ଥିଲେ। ସେହିଭଳି ଓଡ଼ିଶାରୁ ପ୍ରାୟ ୪୪ ହଜାର ୪୮୮ ପିଲା ସାମିଲ ଥିଲେ।

ଆଜି ଜେଇଇ ମେନ୍‌ ପରୀକ୍ଷାର ପ୍ରଥମ ପତ୍ରର ରେଜଲ୍ଟ ପ୍ରକାଶିତ ହୋଇଥିବା ବେଳେ ମେ’ ମାସ ୧ ତାରିଖରେ ଦ୍ୱିତୀୟ ପତ୍ରର ରେଜଲ୍ଟ ବାହାରିବ। ଯେଉଁ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ ଅଥବା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥିଲେ, ସେମାନେ ସମ୍ପନ୍ଧୀତ େଓ୍ଵବ୍‌ସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ ସାଧାରଣ ବର୍ଗରେ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାର ସୁରଜ କ୍ରିଷ୍ଣା ସର୍ବ ଭାରତୀୟ ସ୍ତରରେ ପ୍ରଥମ ର‍୍ୟାଙ୍କ ପାଇଛନ୍ତି। ଦେଶର ୧୧୨ଟି ପ୍ରମୁଖ ସହରରେ ଜେଇଇ ପ୍ରବେଶିକା ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର