ଆସନ୍ତା ବର୍ଷଠାରୁ ଦୁଇଥର ହେବ ଜେଇଇ(ମେନ), ଏନଇଇଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର କେତେକ ପ୍ରମୁଖ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି । ଆସନ୍ତା ବର୍ଷଠାରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଜକାମିନେସନ (ଜେଇଇ-ମେନ) ଓ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ବର୍ଷକୁ ଦୁଇ ଥର ହେବ । ଏହା ଫଳରେ ଯେଉଁ ପ୍ରାର୍ଥୀମାନେ ପ୍ରଥମ ଥରରେ ପରୀକ୍ଷା ଦେଇପାରିନଥିବେ, ସେମାନେ ୨ୟ ଥରରେ ଦେଇପାରିବେ । ଏହାଛଡା ଯେଉଁ ପ୍ରାର୍ଥୀମାନେ ନିଜ ସ୍କୋରରେ ସନ୍ତୁଷ୍ଟ ନାହାନ୍ତି ସେମାନେ ଆଉ ଥରେ ପରୀକ୍ଷା ଦେଇ ଅଧିକ ସ୍କୋର ହାସଲ କରିପାରିବେ । ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ କେବଳ ଜାତୀୟ ପରୀକ୍ଷା ସଂସ୍ଥା ବା ଏନଟିଏ ଏସବୁ ପରୀକ୍ଷା ପରିଚାଳନା କରିବ । ପୂର୍ବରୁ ଏସବୁ ପରୀକ୍ଷାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳନା କରିଆସୁଥିଲା । ଆସନ୍ତା ଡିସେମ୍ବର ମାସରେ ଏନଟିଏ ପ୍ରଥମ ଥର ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ପରିଚାଳନା କରିବ । ଆହୁରି ମଧ୍ୟ ଏନଟିଏ ୨୦୧୯ ଠାରୁ ଗ୍ରାଜୁଏଟ ଫାର୍ମାସି ଆପ୍ଟିଟ୍ୟୁଡ ଟେଷ୍ଟ (ଜିପାଟ୍‌) ଓ କମନ ମ୍ୟାନେଜମେଣ୍ଟ ଆପଟିଟ୍ୟୁଟ ଟେଷ୍ଟ (ସିମ୍ୟାଟ୍‌) ପରୀକ୍ଷା ପରିଚାଳନା କରିବ ।

ସମ୍ବନ୍ଧିତ ଖବର