ତାଜ୍‌ ମହଲ୍‌ ସାମ୍ନାରେ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ପ୍ରେମିକାଙ୍କ ଯୁଗଳ ଫଟୋ ଭାଇରାଲ୍‌

ନୂଆଦିଲ୍ଳୀ: ଆମ‌ାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ପ୍ରେମିକା ତଥା ଟିଭି ଉପସ୍ଥାପିକା ଲୌରେନ୍‌ ଗତ ସପ୍ତାହରେ ଭାରତ ଗସ୍ତରେ ଆସି ଆଗ୍ରାର ତାଜ୍‌ ମହଲ ସାମ୍ନାରେ ଉଠାଇଥିବା  ଫଟୋ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଜେଫ୍‌ ବେଜୋସ୍‌ ପୂରା ସୁଟ୍‌ରେ ଥିବା ବେଳେ ତାଙ୍କ ପ୍ରେମିକା ଏକ ଛୋଟ ଡିଜାଇନିଂ ପୋଷାକରେ ନଜର ଆସିଛନ୍ତି।

ଆପଣ  ନିଶ୍ଚୟ ଜାଣିଥିବ‌େ ଯେ ଜେଫ୍‌ ବେଜୋସ୍‌ ଗତ ୧୪ ତାରିଖରେ ୩ ଦିନିଆ ଭାରତ ଗସ୍ତରେ ଅ‌ାସିଥିଲେ। ଦିଲ୍ଳୀରେ ତାଙ୍କ ବିମାନରୁ ଓହ୍ଲାଇବା ପରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସିଧା ଯାଇ ରାଜ୍‌ ଘାଟ୍‌ରେ ପହଞ୍ଚିଥିଲେ।

 

ବେଜୋସ୍‌ ତାଙ୍କ ଭାରତ ଗସ୍ତ ସମୟରେ କୁନି ପିଲାମାନଙ୍କ ସହ ସାକ୍ଷାତ୍‌ କରି ସେମାନଙ୍କ ସହ ଗୁଡ଼ି ଉଡ଼ାଇଥିଲେ। ସେ ଏକ ବ୍ୟବସାୟିକ ସମ୍ମିଳନୀରେ ବି ଯୋଗ ଦେଇଥିଲେ। ଆପଣ ଜାଣିଲେ ଖୁସିି ହେବେ ଯେ ବେଜୋସ୍‌  ଭାରତ ଆସି ପାରମ୍ପରିକ ଭାରତୀୟ କୁର୍ତ୍ତା ପାଇଜାମା ପରିଧାନ କରିଥିଲେ।

 

 

View this post on Instagram

 

Any day is a good day when you get to fly a kite. #ThankYouIndia

A post shared by Jeff Bezos (@jeffbezos) on

ଭାରତ ଛାଡ଼ିବା ପୂର୍ବରୁ ବେଜୋସ୍‌ ଚଳଚ୍ଚିତ୍ର ତାରକା ଶାହାରୁଖ୍‌ ଖାନ ଓ ଜୋୟା ଅଖତାରଙ୍କୁ ଭେଟିଥିଲେ। ତେବେ, ଆମାଜନ୍‌ ଭାରତରେ କିପରି ଚାଲୁଛି ତଦାରଖ କରିବା ସହ ଶିଳ୍ପପତିମାନଙ୍କ ସହ ଭେଟିବା ଉଦ୍ଦେଶ୍ୟ ରଖି ସେ ମୁଖ୍ୟତଃ ଭାରତ ଆସିଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର