ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜେଲିଆଙ୍ଗ: ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରିଓ!

କୋହିମା: ଅନେକ ଛକାପଂଝା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଟି ଆର୍‌ ଜେଲିଆଙ୍ଗ ଇସ୍ତଫା ଦେଇଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍‌ଡିପିପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଆସନ୍ତା ଗୁରୁବାର ଦିନ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ,ତଥାପି ବିଜେପି ଓ ଏନଡିପିପି ନେତାଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସେପଟେ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଓ୍ଵାଇ ପାଇଥନ୍‌ ଉପମୁଖ୍ୟମନ୍ତ୍ରୀ ହେବେ। ଐତିହାସିକ କୋହିମା ପଡ଼ିଆରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ପିଡିଏ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି। ସର୍ବାଧିକ ୨୬ଟି ଆସନ ପାଇଥିବା ଜେଲିଆଙ୍ଗଙ୍କ ଏନ୍‌ପିଏଫ୍‌ ଦଳ, ଏନ୍‌ପିପି ସହ ମେଣ୍ଟ କରି ମୋଟ ୨୮ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିପାରିଛି। ସେପଟେ ୧୮ଟି ଆସନ ଜିତିଥିବା ଏନ୍‌ଡିପିପି ଓ ୩୨ବିଧାୟକଙ୍କ ପିଡିଏ ମେଣ୍ଟ ପ୍ରତି ଜଣେ ଜେଡିୟୁ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ତେଣୁ ପିଡିଏ ମେଣ୍ଟ ହିଁ ରାଜ୍ୟରେ ସରକାର ଗଢିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଉଭୟ ପିଡ଼ିଏ ମେଣ୍ଟ ଓ ଏନ୍‌ପିଏଫ୍‌ ମେଣ୍ଟ ସରକାର ଗଢିବା ପାଇର୍ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର