ଚାକିରି ପାଇଁ ଏୟାର୍‌ ଇଣ୍ଡିଆରେ ଦରଖାସ୍ତ ଦେଲେଣି ଜେଟ୍‌ ଏୟାର୍‌ୱେଜ୍‌ କର୍ମଚାରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବିମାନସେବା ଏୟାର୍‌ ଇଣ୍ଡିଆରେ ନୂଆ ଚାକିରି ନିମନ୍ତେ ଜେଟ୍‌ ଏୟାର୍‌ୱେଜର କ୍ରୁ ମେମ୍ବର୍‌ ଏବଂ ଏୟାର୍‌ ହୋସ୍‌ଷ୍ଟେସ୍‌ମାନେ ଆବେଦନ କରିଲେଣି।

କିଛି ଦିନ ତଳେ ନିଜର ବିମାନଗୁଡ଼ିକ ନିମନ୍ତେ ଏୟାର୍‌ ଇଣ୍ଡିଆ କ୍ରୁ ନିଯୁକ୍ତି ନିମନ୍ତେ ଘୋଷଣା କରିଥିଲା।

ଗତ ୨୫ ବର୍ଷ ମଧ୍ୟରେ ଏବେ ସବୁଠୁ ଦୁଃସମୟ ଦେଇ ଗତି କରୁଥିବା ଋଣଗ୍ରସ୍ତ ଜେଟ୍‌ ଏୟାର୍‌ୱେଜ୍‌ ଲିଜ୍‌ଦାତାମାନଙ୍କୁ ବକେୟା ବିଲ୍‌ ପୈଠ କରି ନ ଥିବା କାରଣରୁ ଏପ୍ରିଲ୍‌ ୧୫ ତାରିଖ ଯାଏଁ ଆନ୍ତର୍ଜାତିକ ବିମାନସେବା ବାତିଲ କରାଯିବ ବୋଲି ଶୁକ୍ରବାର ଦିନ ଘୋଷଣା କରିଛି।

ଏୟାର୍‌ ଇଣ୍ଡିଆ ମୁଖପାତ୍ର କହନ୍ତି: ଏୟାର୍‌ ଇଣ୍ଡିଆ ୧୨୦୦ କ୍ରୁ ମେମ୍ବର ଆବଶ୍ୟକ କରୁଛି। ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଶେଷ ହେବା ପରେ ୫୧୪ ଜଣ କ୍ରୁ ମେମ୍ବର ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଛନ୍ତି। ଚୟନ ପ୍ରକ୍ରିୟା ଚାଲୁ ରହିଛି।

ଜେଟ୍‌ ଏୟାର୍‌ୱେଜ୍‌ରୁ ପ୍ରାୟ ୧୫୦ ଜଣ କର୍ମଚାରୀ ଏୟାର୍‌ ଇଣ୍ଡିଆରେ ଚାକିରି ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି, କ୍ରୁ’ମାନଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇ ନାହିଁ।

କେବଳ ଜେଟ୍‌ ଏୟାର୍‌ୱେଜ୍‌ ନୁହେଁ, ଭିସ୍ତାରାରୁ ମଧ୍ୟ କ୍ରୁ ମେମ୍ବରମାନେ ଏୟାର୍‌ଇଣ୍ଡିଆରେ ଚାକିରି ପାଇଁ ଆବେଦନ କରିଛନ୍ତି।

ନ୍ୟୁୟର୍କ ଓ ସାନ୍‌ ଫ୍ରାନ୍‌ସିସ୍‌କୋ ଭଳି ଦୀର୍ଘପଥ ଯାତ୍ରା ଲାଗି ଏୟାର୍‌ ଇଣ୍ଡିଆର କ୍ରୁ ଅଭାବ ପଡୁଛନ୍ତି। ଏବେ ଏୟାର୍‌ ଇଣ୍ଡିଆର ପ୍ରାୟ ୪୦୦୦ କ୍ରୁ ମେମ୍ବର ଅଛନ୍ତି।

ସମ୍ବନ୍ଧିତ ଖବର