ଝାଡ଼ଖଣ୍ଡରେ ବସ୍‌-ଟ୍ରକ୍‌ ଧକ୍କା: ୧୧ ଜଣ ମୃତ, ୨୫ ଜଣ ଆହତ

ହଜାରିବାଗ: ସୋମବାର ସକାଳେ ହଜାରିବାଗ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ପାଟଣା ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଡବଲ୍‌ ଡେକର୍‌ ବସ୍‌ ଟ୍ରେଲର୍‌ ଟ୍ରକ୍‌ ସହ ଧକ୍କା ଖାଇବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

୨ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦନୁଆ-ଭାନୁଆ ଅଞ୍ଚଳ ନିକଟରେ ବସ୍‌ଟି ଟ୍ରେଲର୍‌ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା।

ଚାଳକ ଘଣ୍ଟାପ୍ରତି ୧୨୦ କିଲୋମିଟର୍‌ ବେଗରେ ଗାଡ଼ି ଚଳାଉଥିଲା ବେଳେ ଜଣାପଡ଼ିଲା ବସ୍‌ଟିର ବ୍ରେକ୍‌ କାମ କରୁ ନାହିଁ। ଫଳରେ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଟ୍ରକ୍‌ ଦେହରେ ଧକ୍କା ଖାଇଥିଲା।

ପୂର୍ବରୁ ହଜାରିବାଗର ଡେପୁଟି କମିସନର୍‌ ରବି ଶଙ୍କର ଶୁକ୍ଳ କହିଥିଲେ: ଘଟଣାସ୍ଥଳରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଚୌପାରଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।

ସେ ଆହୁରି କହିଥିଲେ କି, ଘଟଣାସ୍ଥଳରେ ମରିଥିବା ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ପୁରୁଷ ଓ ଗୋଟାଏ ପିଲା। ଆହତମାନଙ୍କୁ ହଜାରିବାଗ ସଦର ଡାକ୍ତରଖାନାକୁ ନିଆଯାଇଛି।

ପାଟନା ଜିଲ୍ଲାର ରାଞ୍ଚିରୁ ବସ୍‌ଟି ମସୌରୀକୁ ଯାଉଥିଲା।

ସମ୍ବନ୍ଧିତ ଖବର