ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ତଳକୁ ଓହ୍ଲାଇବା ପରେ ଟ୍ରେନ୍‌ ଭିତରେ ଏହା ଦେଖି ଡ଼ରି ଯାଇଥିବା ଜଣାଇଲେ ଲୋକେ

ଧାନ୍‌ବାଦ୍‌(ଝାରଖଣ୍ଡ) : ଗୁରୁବାର ରାତିରେ ପାରସନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ରେ କିଛି ଏଭଳି ଘଟଣା ଘଟିଥିଲା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାତି ସମୟରେ ସବୁ ଲୋକ ଶୋଇଥିବା ବେଳେ ହଠାତ୍‌ ଟ୍ରେନ୍‌ ଭିତରେ ଲୋକେ ଜୋରରେ ପାଟି କରିବାକୁ ଲାଗିଥିଲେ । ଧୀରେ ଧୀରେ ସବୁ ବଗିର ଲୋକ ଉଠିବା ସହ ଟ୍ରେନ୍‌ ରୋକିବା ପାଇଁ ପାଟି କରିଥିଲେ । ଏହା ପରେ ଲୋକମାନେ ଚେନ୍‌ ଟାଣି ଧାନ୍‌ବାଦ୍‌ ରେଳ ଷ୍ଟେସନରେ ଟ୍ରେନ୍‌ ରୋକିବା ପରେ ତଳକୁ ଡେଇଁବା ଆରମ୍ଭ କରି ଦେଇଥିଲେ ।

ଧୀରେ ଧୀରେ ଲୋକେ ଶାନ୍ତ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଟ୍ରେନ୍‌ ଭିତରେ ସାପ ପଶି ଯାଇଥିବାରୁ ଲୋକମାନେ ପାଟି କରି ଉଠିଥିଲେ ବୋଲି ଜଣା ପଡ଼ିଥିଲା । ଏହା ପରେ ସ୍ନେକ୍‌ ରେସ୍କ୍ୟୁ ଟିମ୍‌ ଟ୍ରେନ୍‌ର ଭଲ ଭାବରେ ଯାଞ୍ଚ କରିଥିଲେ । କିନ୍ତୁ ସାପ ମିଳି ପାରି ନଥିଲା । ଏହା ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ସାପ ଦେଖାଯାଇଥିବା ବଗିରେ ଲୋକମାନେ ବସି ନଥିଲେ ।

YouTube

ସୂଚନା ମୁତାବକ, ଅସାନସୋଲରୁ ଟ୍ରେନ୍‌ଟି ବାହାରି ବରାକ୍‌ପୂର ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ କଳା ରଙ୍ଗର ସାପ ଦେଖି ପାଟି କରିବାକୁ ଲାଗିଥିଲେ । ଟ୍ରେନ୍‌ଟି ଚାଲୁ ରହିଥିବାରୁ ଡ଼ରରେ ଯାତ୍ରୀମାନେ ଚେନ୍‌ ଟାଣି ଧାନ୍‌ବାଦ୍‌ ଷ୍ଟେସନରେ ଟ୍ରେନ୍‌କୁ ଅଟକାଇଥିଲେ ।

ସମ୍ବନ୍ଧିତ ଖବର