ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍‌ କରାଯାଉଛି : ଜିଗ୍ନେଶ

ନୂଆଦିଲ୍ଲୀ: ଗତ ୩୧ ତାରିଖରେ ଦଳିତ ନେତା ଜିଗ୍ନେଶ ମେବାନୀ ପୁନେଠାରେ ଦେଇଥିବା କ୍ରୋଧାତ୍ମକ ବକ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବାବେଳେ ଆଜି ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କ ବକ୍ତତାର କୌଣସି ଗୋଟିଏ ହେଲେ ଶବ୍ଦ ହିଂସା କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ନଥିଲା ବରଂ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍‌ କରାଯାଇଛି ବୋଲି ଜିଗ୍ନେଶ ଦାବି କରିଛନ୍ତି।

ଭୀମା- କୋରେଗାଓଁ ହିଂସାକାଣ୍ଡ ପାଇଁ ସେ ଉସୁକାଇଥିବା ଏବଂ ମହାରାଷ୍ଟ୍ର ବନ୍ଦରେ ଅଂଶଗ୍ରହଣ କରିଥିବା ଅଭିଯୋଗ ହୋଇଥବା ବେଳେ ସେ ଏଥିରେ ଆଦୌ ସମ୍ପୃକ୍ତ ନଥିବା କହିଛନ୍ତି। ଅପରପକ୍ଷେ, ଗୁଜରାଟ ନିର୍ବାନଚ ଫଳାଫଳ ବିଜେପିର ସ୍ୱାଭିମାନ ଭାଙ୍ଗିଯାଇଥିବାରୁ ସଙ୍ଘ ପରିବାର ଏବଂ ବିଜେପି ତାଙ୍କୁ ହିଁ ଟାର୍ଗେଟ କରୁଛନ୍ତି। ଆଗକୁ ୨୦୧୯ ନିର୍ବାଚନ ପ୍ରତି ସେମାନଙ୍କର ଭୟ ଥିବାରୁ ସେମାନେ ଏମିତି କରୁଛନ୍ତି ବୋଲି ଜିଗ୍ନେଶ କହିଛନ୍ତି। ଅପରପକ୍ଷେ, ଭୀମା- କୋରେଗାଓଁ ହିଂସାକାଣ୍ଡ ମାମଲାରେ ନିରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ିନିଜ ମତାମତ ରଖିବାକୁ ମେବାନୀ କହିଛନ୍ତି। ସେହିପରି ଦଳିତଙ୍କ ବିରୋଧରେ ଏଭଳି ଆକ୍ରମଣ ଜାରି ରହିଲେ ୨୦୧୯ ନିର୍ବାଚନରେ ଦଳିତମାନେ ହିଁ ପରିଣାମ ଆଣିବେ ବୋଲି ସେ ମୋଦିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି।

ସମ୍ବନ୍ଧିତ ଖବର