ସ୍ୱତନ୍ତ୍ର ରେଳରେ ଜମ୍ମୁ ଓ କଶ୍ମୀରର ସମ୍ବା ସେକ୍ଟର୍‌କୁ ଯାଉଥିବା ୧୦ ବିଏସ୍‌ଏଫ୍‌ ଯବାନ ନିଖୋଜ

ମୋଗଲସରାଇ: ସେନା ବାହିନୀର ଏକ ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରୁଥିବା ସୀମା ସୁରକ୍ଷା ବଳର ୧୦ ଜଣ ଯବାନ ବୁଧବାର ଦିନ ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ଝାଡ଼ଖଣ୍ଡର ଧାନବାଦ ରେଳ ଷ୍ଟେସନ୍‌ ମଧ୍ୟରେ ନିରୁଦ୍ଦେଶ ହୋଇ ଯାଇଛନ୍ତି। ଟ୍ରେନ୍‌ଟି ସମୁଦାୟ ୮୩ ଜଣ ସୈନିକଙ୍କୁ ନେଇ ଜମ୍ମୁ ଓ କଶ୍ମୀରର ସମ୍ବା ସେକ୍ଟର୍‌କୁ ଯାତ୍ରା କରୁଥିଲା।

୧୦ ଜଣ ନିଖୋଜ ହୋଇଥିବା କଥା ମୋଗଲସରାଇ ରେଳବାଇ ଷ୍ଟେସନ୍‌ରେ ମୁଣ୍ଡଗଣତି କରୁଥିବା କର୍ତ୍ତୃପକ୍ଷ କହିଛନ୍ତି।

ମୋଗଲସରାଇ ଜିଆର୍‌ପି ସବ୍‌ ଇନ୍‌ସ୍‌ପେକ୍ଟର୍‌ ଜିତେନ୍ଦ୍ର କୁମାର ଯାଦବ କହନ୍ତି: ଗୋଟାଏ ସ୍ୱତନ୍ତ୍ର ରେଳରେ ୮୩ ଜଣ ବିଏସ୍‌ଏଫ୍‌ ଯବାନ ଜମ୍ମୁ ଓ କଶ୍ମୀର ଯାଉଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଯବାନ ସେମାନଙ୍କ କମାଣ୍ଡର୍‌ଙ୍କୁ ନ ଜଣାଇ ଧାନବାଦ ଓ ବର୍ଦ୍ଧମାନ ମଧ୍ୟସ୍ଥ କୌଣସି ଏକ ସ୍ଥାନରେ ନିରୁଦ୍ଦେଶ ହୋଇଯାଇଛନ୍ତି। ଆମେ ଏକ ଫେରାର୍‌ ରିପୋର୍ଟ ଫାଇଲ୍‌ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ।

ବିନା ଛୁଟିରେ ଯବାନ୍‌ମାନେ ଅନୁପସ୍ଥିତ ଅଛନ୍ତି ବୋଲି ସେମାନଙ୍କର କମାଣ୍ଡର୍‌ ମୋଗଲସରାଇର ଜିଆର୍‌ପିରେ ଏତଲା ଦେଇଛନ୍ତି।
ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର