ଇସ୍ତାହାରରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ହଟାଇବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ହଟିବା ଅସମ୍ଭବ ବୋଲି କହି ଅସଲ ମୁଖା ଖୋଲିଦେଲେ ଦଳୀୟ ପ୍ରାର୍ଥୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସୋମବାର ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଥିଲା । ଯେଉଁଥିରେ ୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦଳ ଦୋହରାଇଥିବା ଦେଖାଯାଇଥିଲା । ୨୦୧୪ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏକୁ ହଟାଇବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜାରି କରିଥିବା ଇସ୍ତାହାର ପାଇଁ ପୁଣି ଥରେ ବିଜେପି ସେହି ପ୍ରତିଶ୍ରୁତିକୁ ଦୋହରାଇଛି । କିନ୍ତୁ ବିଜେପିର ଏଭଳି ପ୍ରତିଶ୍ରୁତିକୁ ନେଇ ବିପକ୍ଷ ଦଳ କିଛି କହିବା ପୂର୍ବରୁ ଦଳୀୟ ପ୍ରାର୍ଥୀ ହିଁ ଦଳର ଅସଲ ମୁଖା ଖୋଲି ଦେଇଥିବା ଦେଖା ଯାଇଛି । ଜମ୍ମୁ-କଶ୍ମୀରର ବାରାମୁଲାରୁ ବିଜେପି ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ମହମ୍ମଦ ମକବୁଲ ଦଳ ବିରୋଧରେ ହିଁ ବୟାନ ଦେଇଛନ୍ତି ।

The Indian Express

ଇସ୍ତାହାରରେ କରାଯାଇଥିବା ପ୍ରତିଶ୍ରୁତି ଉପରେ ନିଜର ପ୍ରତିକ୍ରିୟା ରଖି, ଜମ୍ମୁ-କଶ୍ମୀରରୁ କେବେ ହେଲେ ଧାରା ୩୭୦ ଏବଂ ୩୫ଏକୁ ହଟାଇ ଦିଆ ଯାଇ ପାରିବ ନାହିଁ । ଦେଶର ଅନ୍ୟ ସ୍ଥାନରୁ ଭୋଟ୍‌ ପାଇବା ପାଇଁ ମୋ ଦଳକୁ ଏଭଳି ପ୍ରତିଶ୍ରୁତି ଦେବାକୁ ପଡ଼ୁଛି । କିନ୍ତୁ ଜମ୍ମୁ-କଶ୍ମୀରକୁ ନେଇ କରାଯାଇଥିବା ପ୍ରତିଶ୍ରୁତିକୁ ସଫଳ କରିବା ଅସମ୍ଭବ ବୋଲି କହିଥିଲେ ମହମ୍ମଦ ।

ସମ୍ବନ୍ଧିତ ଖବର