ନିରାପତ୍ତା ପରିସ୍ଥିତି କାରଣରୁ ଜମ୍ମୁ ଓ କଶ୍ମୀରରେ ପଞ୍ଚାୟତ ଉପନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ୧୨୫୦୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ମଙ୍ଗଳବାର ଦିନ ବାତିଲ କରାଯାଇଛି। ନିରାପତ୍ତା ପରିସ୍ଥିତି ଅନୁକୂଳ ନାହିଁ ବୋଲି ଗୃହବିଭାଗରୁ ପରାମର୍ଶ ମିଳିବା ପରେ ନିର୍ବାଚନ କମିସନ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାର୍ଚ ୫ ତାରିଖରୁ ମାର୍ଚ ୨୦ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରଖାଯାଇଛି।

ଆଠଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି ଦୁଇ ତିନି ସପ୍ତାହ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର କହିଛନ୍ତି।

Image Source: Money Control

ଚାରିଟି ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା କିଛି ସମୟ ପରେ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ବନ୍ଦ ରଖାଯାଇଥିବା କଥା ଘୋଷଣା କରିଥିଲେ।

୨୦୧୮ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ରାଜନୈତିକ ଦଳ ‘ପିଡିପି’ ଏବଂ ‘ଏନ୍‌ସି’ ବର୍ଜନ କରିଥିଲେ।

ସମ୍ବନ୍ଧିତ ଖବର