ଜମ୍ମୁ ଓ କଶ୍ମୀର: କୁପ୍‌ଓ୍ଵାରାରେ ନିରାପତ୍ତା ବଳଙ୍କ ଦ୍ୱାରା ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର; ୬ ଆତଙ୍କବାଦୀ ନିହତ

କେରାନ୍‌: ରବିବାର ଦିନ ଜମ୍ମୁ ଓ କଶ୍ମୀରର କୁପ୍‌ଓ୍ଵାର୍‌ ଅନ୍ତର୍ଗତ କେରାନ୍‌ ସେକ୍ଟର୍‌ରେ ଏକ ଅନୁପ୍ରବେଶ ଉଦ୍ୟମ ନିରାପତ୍ତା ବଳଙ୍କ ଦ୍ୱାରା ଭଣ୍ଡୁର କରାଯିବା ସହ ଛଅ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

ପ୍ରଥମେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଖବର ମିଳିଥିଲେ ହେଁ ଜଣେ ପ୍ରତିରକ୍ଷା ମୁଖପାତ୍ର ନିଶ୍ଚିତ କରି କହିଛନ୍ତି ଯେ ନିୟନ୍ତ୍ରଣ ରେଖା ମଧ୍ୟକୁ ଅନୁପ୍ରବେଶ କରିବା ବେଳେ ଆଉ ଦୁଇ ଜଣ ନିହତ ହୋଇଛନ୍ତି। ପୁଣି ପରେ ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ପ୍ରତିରକ୍ଷା ମୁଖପାତ୍ରଙ୍କ କହିବାନୁସାରେ, କୁପ୍‌ଓ୍ଵାରା ଜିଲ୍ଲାର କରେନ୍‌ ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଏକ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରାଯାଇଛି।

ସୈନିକମାନେ କୁପ୍‌ଓ୍ଵାରା ଜିଲ୍ଲାର କେରାନ୍‌ ସେକ୍ଟର୍‌ରେ ଥିବା ନିୟନ୍ତ୍ରଣ ରେଖା ଠାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଅନୁପ୍ରବେଶକାରୀଙ୍କୁ ମୁକାବିଲା କରିଥିଲେ।
ସମ୍ପୃକ୍ତ ସ୍ଥାନରେ କମ୍ବିଙ୍ଗ୍‌ ଅପରେସନ୍‌ ଚାଲିଛି।

ସମ୍ବନ୍ଧିତ ଖବର