ଜମ୍ମୁ କଶ୍ମୀର: ଜମାତ-ଏ-ଇସ୍ଲାମୀର ୩ ନେତା ଗିରଫ, ସମ୍ପତ୍ତି ଜବତ

ଜମ୍ମୁ: ଜମ୍ମୁ କଶ୍ମୀର ପୁଲିସ କହିଛି, ‘ଜମାତ-ଏ-ଇସ୍ଲାମୀ’ର ତିନି ଜଣ ନେତାଙ୍କୁ ଗିରଫ କରାଯାଇଛି। ରାଜ୍ୟର ୬ଟି ଜିଲ୍ଲାରେ ୧୨ରୁ ଅଧିକ ସମ୍ପତ୍ତି ସିଲ କରି ଦିଆଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ରାଜ୍ୟର କିସତଓ୍ଵାଡା, ଡୋଡା, ରାମବନ, ପୁଞ୍ଛ, ରାଜୌରୀ ଏବଂ ଜମ୍ମୁ ଜିଲ୍ଲାରେ ଶନିବାର ଜମାତ ନେତା ଏବଂ କର୍ମୀଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବ୍ୟାପକ ପରିମାଣରେ ସମ୍ପତ୍ତି ଜବତ ହୋଇଛି। ସେ କହିଛନ୍ତି ଏହି ଘଟଣା ସଂପର୍କୀତ ୬ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି ଏବଂ ସମ୍ପନ୍ଧିତ ବ୍ୟାଙ୍କ ଗୁଡ଼ିକୁ କଟକଣା ଲଗାଇବା ପାଇଁ ଆଦେଶ ଦିଆଯାଇଛି।

କେନ୍ଦ୍ର ସରକାର ଗୁରୁବାର ଆତଙ୍କବାଦ ନିରୋଧକ ଆଇନ ବଳରେ ଜମାତ-ଏ-ଇସ୍ଲାମ ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ରଖିବା ମାମଲାରେ ୫ ବର୍ଷ ପାଇଁ କଟକଣା ଜାରି କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ସଂପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର