ଜେଏନୟୁ : ବର୍ଦ୍ଧିତ ହଷ୍ଟେଲ ଫି ଆଂଶିକ ପ୍ରତ୍ୟାହୃତ, ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଛାତ୍ରଛାତ୍ରୀଙ୍କ ଜିଦ୍‌

ନୂଆଦିଲ୍ଲୀ : ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି ନେଇଛନ୍ତି ।

ଜେଏନୟର ଏକଜକ୍ୟୁଟିଭ କାଉନସିଲର ନିଷ୍ପତ୍ତି କ୍ରମେ ହଷ୍ଟେଲ ଫି ବୃଦ୍ଧିକୁ ସୀମିତ କରାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ଡବଲ-ସିଟର ରୁମ ଭଡା ପୂର୍ବରୁ ୧୦ ଟଙ୍କା ଥିବାବେଳେ ତାହାକୁ ୨୦୦ ଟଙ୍କା କରିବା ବଦଳରେ ୧୦୦ ଟଙ୍କା କରାଯିବ । ସେହିପରି ସିଙ୍ଗଲ ସିଟର ରୁମ ପୂର୍ବରୁ ମାତ୍ର ୨୦ ଟଙ୍କା ଥିବାବେଳେ ତାହାକୁ ୬୦୦ ଟଙ୍କା କରାଯାଇଥିଲା । ଏବେ ନୂଆ ନିଷ୍ପତ୍ତି ଅନୁସାରେ ତାହାକୁ ୨୦୦ ଟଙ୍କା କରାଯାଇଛି । ମେସ ସିକ୍ୟୁରିଟି ଫି (ଫେରସ୍ତଯୋଗ୍ୟ), ଯାହାକି ପୂର୍ବରୁ ୧୨୦୦୦ ଟଙ୍କା କରିବାକୁ ପ୍ରସ୍ତାବ ଥିଲା, ଏବେ ତାହାକୁ ୫୫୦୦ ଟଙ୍କା କରାଯିବ । ନୂଆକରି ଆରମ୍ଭ କରାଯାଇଥିବା ୟୁଟିଲିଟି ଫି ୧୭୦୦ ଟଙ୍କା ରହିବ ।

ତେବେ ବର୍ଦ୍ଧିତ ଫିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଛାତ୍ରଛାତ୍ରୀମାନେ ଅଡି ବସିଛନ୍ତି । ଏହା ସଂପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର