ବିବାଦରେ ଜେଏନ୍‌ୟୁଏସ୍‌ୟୁ ନିର୍ବାଚନ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ (ଜେଏନ୍‌ୟୁଏସ୍‌ୟୁ) ନିର୍ବାଚନର ଭୋଟ୍‌ ଗଣତି ୧୨ ଘଣ୍ଟା ଅଟକିବା ପରେ ଆଜି ରାତି ୧୧ଟାରୁ ପୁଣି ଆରମ୍ଭ ହୋଇଛି। ଗଣତି ଚାଲିଥିବା କକ୍ଷରେ ଗତକାଲିକିଛି ଛାତ୍ର ବଳପୂର୍ବକ ପଶି ଭୋଟ୍‌ ବକ୍ସ ତଥା ବ୍ୟାଲଟ ପେପର ଛଡ଼ାଇ ନେବାକୁ ଉଦ୍ୟମ କରିବା ପରେ ଭୋଟଗଣତି ଅଟକି ଥିଲା। ତେବେ ୧୨ ଘଣ୍ଟା ପରେ ଗଣତି ଆରମ୍ଭ ହୋଇଛି। ବାମ ସମର୍ଥିତ ଛାତ୍ର ସଂଗଠନ ସହିତ ନିର୍ବାଚନ ଅଧିକାରୀମାନେ ହାତ ମିଳାଇଥିବାରୁ ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିବାକୁ ଏବିଭିପି ଧମକ ଦେଇଛି। ଅନ୍ୟପକ୍ଷରେ ବାମ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ କହିଛନ୍ତି ଯେ ଏବିଭିପି କାର୍ଯ୍ୟକର୍ତ୍ତାମାନେ କ୍ୟାମ୍ପ୍‌ସରେ ହିଂସା ସୃଷ୍ଟି କରୁଛନ୍ତି।

ସମ୍ବନ୍ଧିତ ଖବର