ଜେଏନ୍‌ୟୁ ଗାର୍ଡ ଏବେ ସେଠାରେ ଛାତ୍ର ହେବେ

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ବଳରେ କିଛି ବି ନିଷ୍ଫଳ ହୁଏନା। କଠିନ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏକଥା ପୁଣିଥରେ ପ୍ରମାଣ କରିଦେଇଛନ୍ତି ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ)ରେ କାମ କରୁଥିବା ଜଣେ ଜଗୁଆଳ ରାମଜଳ ମୀନା। ୨୦୧୪ ମସିହାରେ ସେ ଜେଏନ୍‌ୟୁରେ ଜଣେ ଜଗୁଆଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମୀନାଙ୍କ ଘର ରାଜସ୍ଥାନର କରୌଲିରେ। ତାଙ୍କ ବାପା ଜଣେ ଦିନ ମଜୁରିଆ। ସେ କେବଳ ତାଙ୍କ ଗାଁ ସ୍କୁଲ୍‌ରେ ଦଶମ ଯାଏଁ ପଢ଼ିବାରେ ସକ୍ଷମ ହୋଇଥିଲେ। କିନ୍ତୁ ପାଠରେ ତାଙ୍କର ଆଗ୍ରହ ଥିବା ସତ୍ତ୍ବେ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ସେ ପାଠପଢ଼ାରେ ଡୋରି ବାନ୍ଧିଥିଲେ। ବାପାଙ୍କୁ କାମରେ ସହଯୋଗ କରିବା ପାଇଁ ସେ ପାଠପଢ଼ା ଛାଡ଼ିଦେଲେ। ସେ ଜେଏନ୍‌ୟୁରେ କାମ କରିବା ସମୟରେ ଡିଷ୍ଟାନ୍ସ‌ରେ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ୍‌ ପାସ୍‌ କଲେ। ଏହାପରେ ସେ ଜେଏନ୍‌ୟୁରେ ପାଠ ପଢ଼ିବାପାଇଁ ଆଗ୍ରହ ବଳାଇ‌ଲେ ଏବଂ ପ୍ରବେଶିକା ପରୀକ୍ଷାରେ ଉତ୍ତୀଣ୍ଏର୍ଣ୍ଣ ହୋଇଛନ୍ତି। ଜେଏନ୍‌ୟୁରେ ପଢ଼ିବାପାଇଁ ତାଙ୍କୁ ଉଭୟ ଶିକ୍ଷକ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହିତ କରିଥିଲେ ଏବଂ ସବୁ ପ୍ରକାର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର