ଜେଏନ୍‌ୟୁ ଛାତ୍ର କହ୍ନେୟା କୁମାରଙ୍କ ଦେଶଦ୍ରୋହ ମାମଲା: ଦିଲ୍ଲୀର ଆପ୍‌ ସରକାର ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଅଦାଲତ

ନୂଆଦିଲ୍ଳୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଦେଶଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ କହ୍ନେୟା କୁମାର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏଯାବତ୍‌ ଦିଲ୍ଲୀ ପୁଲିସ୍‌ ମକଦ୍ଦମା ଲଗାଇବା ପାଇଁ ଆବଶ୍ୟକୀୟ ମଞ୍ଜୁରୀ ହାତେଇ ପାରିନାହିଁ। ଏ ନେଇ ଦିଲ୍ଲୀ ପୁଲିସ୍‌ ବୁଧବାର ଦିଲ୍ଲୀର ପଟିଆଲ୍‌ ହାଉସ୍‌ କୋର୍ଟଙ୍କୁ ଅବଗତ କରାଇଛି। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି ୨୨ ତାରଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ତେବେ, ପ୍ରକ୍ରିୟାରେ ହେଉଥିବା ବିଳମ୍ବ ହେତୁ ଅଦାଲତ ଦିଲ୍ଲୀର ଶାସକ ଦଳ ଆମ୍‌ ଆଦ୍‌ମି ପାର୍ଟି(ଆପ୍‌)କୁ ଆକ୍ଷେପ କରିଛନ୍ତି।

ଏହା ପୂର୍ବରୁ ଜେଏନ୍‌ୟୁର ପୂର୍ବ ଛାତ୍ର ନେତା କହ୍ନେୟା କୁମାର ଓ ଅନ୍ୟ କେତକ ଛାତ୍ରଙ୍କ ବିରୋଧରେ ଚାର୍ଜସିଟ୍‌ ଜାରି କରାଯାଇଥିଲା। ଆଇନ୍‌ର ଅନୁମତ ନ ନେଇ ଦିଲ୍ଳୀ ପୁଲିସ୍‌ ଚାର୍ଜସିଟ୍‌ କିପରି ଦାଖଲ କଲା ବୋଲି ପ୍ରଶ୍ନ କରି ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ୧୦ ଦିନ ଭିତରେ କହ୍ନେୟା କୁମାର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ ସମ୍ମତ ମଞ୍ଜୁରୀ ଦାଖଲ କରିବାକୁ ଦିଲ୍ଲୀ ପୁଲିସ୍‌ ସେ ସମୟରେ ଅଦାଲତଙ୍କୁ କହିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ୬ ଫେବ୍ରୁଆରିକୁ ଧାର୍ଯ୍ୟ ହୋଇଥିଲା।

 

ସମ୍ବନ୍ଧିତ ଖବର