ସାବଧାନ ! ସ୍ମାର୍ଟଫୋନରେ ବ୍ୟାପୁଛି ଜୋକର ମାଲଓ୍ଵାର, କ୍ରେଡିଟ କାର୍ଡରୁ ଟଙ୍କା ଚୋରାଇ ନେବ

ନୂଆଦିଲ୍ଲୀ : ସ୍ମାର୍ଟଫୋନ ଗୁଡ଼ିକରେ ଇନଷ୍ଟଲ ହେଉଥିବା କେତେକ ନିର୍ଦ୍ଦିଷ୍ଟ ଆପ୍‌ ଏକ ନୂଆ ପ୍ରକାରର ଭାଇରସ ଦ୍ୱାରା ସଂକ୍ରମିତ ହେବା ଆରମ୍ଭ କରିଛି । ଏହି ଭାଇରସକୁ ଜୋକର ମାଲଓ୍ଵାର ବୋଲି କୁହାଯାଉଛି । ଏହା ଆପଣଙ୍କ ଆପଗୁଡ଼ିକୁ ସଂକ୍ରମିତ କରି ଆପଣଙ୍କ ମୋବାଇଲରେ ଥିବା ବ୍ୟାଙ୍କିଙ୍ଗ ଓ ପେମେଣ୍ଟ ଡାଟା ହାସଲ କରିନିଏ ଓ ଗ୍ରାହକଙ୍କ ଅଗୋଚରରେ ବିଭିନ୍ନ ପେଡ୍‌ ସବସ୍କ୍ରିପସନକୁ ସବସ୍କ୍ରାଇବ କରିନିଏ । ଏହା ଫଳରେ ମାସକୁ ମାସ ଗ୍ରାହକଙ୍କ କ୍ରେଡିଟ କାର୍ଡରୁ ଟଙ୍କା କଟିଚାଲିଥାଏ ।
ମିଳିଥିବା ସୂଚନା ମୁତାବକ ଗୁଗୁଲ ପ୍ଲେ ଷ୍ଟୋରର ୨୪ଟି ଆପ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି । ଏସବୁ ଆପ ମଧ୍ୟରେ ରହିଛି ଆଡଭୋକେଟ ଓ୍ଵାଲପେପର,ଏଜଫେସ, ଅଲଟର ମେସେଜ,ଆଣ୍ଟିଭାଇରସ ସିକ୍ୟୁରିଟି-ସିକ୍ୟୁରିଟି ସ୍କାନ, ବିଚ କ୍ୟାମେରା, ବୋର୍ଡ ପିକଚର ଏଡିଟିଂ, କ୍ଲାଇମେଟ ଏସଏମଏସ, କୋଲେଟ ଫେସ ସ୍କାନର ଇତ୍ୟାଦି । ତେବେ ଏହି ଖବର ଜଣାପଡିବା ପରେ ଗୁଗୁଲ ପର୍ଯ୍ୟାୟକ୍ରମେ ଏସବୁ ଆପକୁ ପ୍ରତ୍ୟାହାର କରିନେଉଛି । ଭାରତ ସହିତ ୩୭ଟି ଦେଶରେ ସ୍ମାର୍ଟଫୋନ ଉପଭୋକ୍ତାମାନେ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର