ଯୋଗୀ ଆଦିତ୍ୟନାଥଙ୍କ ଉତ୍ତେଜକ ଭାଷଣ ମାମଲାରେ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୦୭ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଏକ ଉତ୍ତେଜକ ଭାଷଣ ମାମଲାରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାର ଓ ପୁଲିସକୁ ନୋଟିସ୍‌ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ଦେବାକୁ ମୁଖ୍ୟବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର କରିବା ଲାଗି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟର ପୁର୍ନବିଚାର କରିବା ଲାଗି ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାୟର ହେବାପରେ ଏହାକୁ ବିଚାର ଲାଗି ଗ୍ରହଣ କରି ନୋଟିସ୍‌ କରାଯାଇଛି।

Media India Group

ଉଲ୍ଲେଖଯୋଗ୍ୟ କି, ୨୦୦୮ ମସିହାରେ ଅସଦ୍‌ ହାୟତ ଓ ପରଭେଜ ନାମକ ଦୁଇ ଜଣ ଆବେଦନକାରୀ ହାଇକୋର୍ଟଙ୍କୁ ପିଟିସନ୍‌ ଜରିଆରେ ଅନୁରୋଧ କରିଥିଲେ କି ୨୦୦୭ ମସିହାରେ ଗୋରଖପୁର ସାଂସଦ ଥିବା ଆଦିତ୍ୟନାଥଙ୍କ ଉତ୍ତେଜକ ଭାଷଣ ଫଳରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏଣୁ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଉ। ଏହି ଆବେଦନ କରିଥିଲେ। ୨୦୧୮ ଫେବୃଆରି ୧ ରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ବିଚାର କରି ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ୮ ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନାକଚ କରି ଦେଇଥିଲେ। ଏହି ମାମଲାରେ ଉତ୍ତର ପ୍ରଦେଶ ସରକାର ଓ ପୁଲିସ ବିଭାଗ ହାଇକୋର୍ଟଙ୍କୁ ଦର୍ଶଇଥିଲେ କି ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାମଲା ଚଳାଇବାର କୌଣସି କାରଣ ନାହିଁ। ଏହାକୁ ହାଇକୋର୍ଟ ଗ୍ରହଣ କରିଥିଲେ। ଏହା ପରେ ଆବେଦନକାରୀ ପରଭେଜ ମାମଲାର ବିଚାର ଲାଗି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର