ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡରରେ ମିଳିଲା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ, ବଜାରରୁ ୩୩,୦୦୦ଡ଼ବା ଫେରାଇନେଲା କମ୍ପାନି

ନୂଆଦିଲ୍ଲୀ : ନିଜ ପ୍ରଡକ୍ଟକୁ ନେଇ ପୂର୍ବରୁ ବିବାଦରେ ରହି ସାରିଥିବା ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପୁଣି ଥରେ ଚର୍ଚ୍ଚାରେ ରହିଛିି । ଆମେରିକାର ସ୍ୱାସ୍ଥ୍ୟ ନିୟାମକ କମ୍ପାନିର ପ୍ରଡକ୍ଟ ଯାଞ୍ଚ କରିବା ପରେ ସେଥିରେ ଆଜବେଷ୍ଟସ୍‌ର ମାତ୍ରା ଅଧିକ ଥିବା ସାମ୍ନାକୁ ଆସିଥିଲା । ଯାହା ପରେ କମ୍ପାନି ବଜାରରୁ ୩୩,୦୦୦ବେବି ପାଉଡରକୁ ଫେରାଇ ନେଇଥିବା ଜଣା ପଡ଼ିଛି । କାରଣ ପାଉଡରରେ ମିଳିଥିବା ଆଜ୍‌ବେଷ୍ଟସ୍‌ରେ କାର୍ସିନୋଜେନ ରହିଛି ଯାହା ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ । ଏହି ଖବର ସାମ୍ନାକୁ ଆସିବା ପରେ କମ୍ପାନି ଏବେ ପୁଣି ବିବାଦରେ ଛନ୍ଦି ହୋଇଛି ।

Image result for johnson-and-johnson
People

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ କମ୍ପାନିର ସାମ୍ପୁ ଓ ଅନ୍ୟ ପ୍ରଡକ୍ଟରେ ହାନିକାରକ ତତ୍ତ୍ୱ ରହିଥିବା ନେଇ ଲୋକେ ପୂର୍ବରୁ ଅଭିଯୋଗ କରି ଆସିଛନ୍ତି । ଯାହା ପାଇଁ କମ୍ପାନି ବିବାଦରେ ରହିଥିବା ବେଳେ ଏହାର ପ୍ରଡକ୍ଟକୁ ଯାଞ୍ଚ ପାଇଁ ପଠାଯାଇଥିଲା । ଯାଞ୍ଚ ପରେ ଏବେ ଲୋକଙ୍କ ଅଭିଯୋଗ ସତ ବୋଲି ପ୍ରମାଣ ହୋଇଛି ।

ସମ୍ବନ୍ଧିତ ଖବର