ପୁଲିସ ଏନକାଉଣ୍ଟରରେ ୩ ନକ୍ସଲ ନିହତ

ରାଞ୍ଚି: ଝାଡ଼ଖଣ୍ଡର ଲୋହରଦଗାରେ ଶୁକ୍ରବାର ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲଙ୍କୁ ନିହତ କରିଛି। ଲୋହରଦଗା ଏବଂ ଲାତେହାର ସୀମାରେ ପେଶରାର ଥାନା ଅନ୍ତର୍ଗତ ସହେଦା ପାଟ ଜଙ୍ଗଲରେ ପୁଲିସ ସହିତ ନକ୍ସଲ ମାନଙ୍କର ଏନ୍‌କାଉଣ୍ଟର ହୋଇଛି। ମୃତ ହୋଇଥିବା ନକ୍ସଲମାନେ ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ-ଜେଜେଏମପି ସଂଗଠନ ସହିତ ଜଡ଼ିତ ଥିଲେ। ପୁଲିସ ଏନ୍‌କାଉଣ୍ଟର ପରେ ମୃତ ନକ୍ସଲମାନଙ୍କର ଶବ ଜବତ କରିଛି। ଏହା ସହିତ ୨ଟି ଏକେ-୪୭ ରାଇଫଲ ମଧ୍ୟ ଜବତ କରିଛି।

ଲାତେହାର ଓ ଲୋହରଦଗା ଜିଲ୍ଲା ପୁଲିସଙ୍କ ବ୍ୟତୀତ ସିଆରପିଏଫର ୧୫୮ ବାଟାଲିଅନ ଘଟଣାସ୍ଥଳ ଏବଂ ଆଖପାଖ ଜଙ୍ଗଲର ପାହାଡରେ ଲୁଚି ରହିଥିବା ନକ୍ସଲଙ୍କ ତଲାସି ଅଭିଯାନ ଜାରି ରଖିଛନ୍ତି। ଏହି ଅଂଚଳରେ ନକ୍ସଲ ଗତିବିଧି ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଘଟଣାସ୍ଥଳକୁ ପୁଲିସ ପହଂଚିବା ପରେ ନକ୍ସଲମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଜବାବରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା। ଫଳରେ ୩ ଜଣ ନକ୍ସଲ ନିପାତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର