ଆଇଏସ୍‌ଆଇ ବିରୋଧରେ ମତ ଦେଇ ବିଦା ହେଲେ ପାକ୍‌ ହାଇକୋର୍ଟ ବିଚାରପତି

ଇସ୍‌ଲାମବାଦ୍‌:  ଭାରତରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରିଚାଳନା କରୁଥିବା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କେତେ ଶକ୍ତିଶାଳୀ ତା’ର ଏକ ନମୂନା ଦେଖିବାକୁ ମିଳିଛି।  ଇସଲାମ୍‌ବାଦ୍‌ ହାଇକୋର୍ଟର ଜଷ୍ଟିସ ସୌକତ୍‌ ଆଜିଜ୍‌ ସିଦ୍ଦିକିଙ୍କୁ ଆଇଏସ୍‌ଆଇ ବିରୋଧରେ ମତ ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ୍‌ ସୁପ୍ରିମ୍‌ ଜୁଡିସିଆଲ୍‌ କାଉନ୍ସିଲ୍‌ର ସୁପାରିସ କ୍ରମେ ଜଷ୍ଟିସ୍‌ ସିଦ୍ଦିକିଙ୍କୁ ବହିଷ୍କାର କରାଯାଇଛି।

ପାକିସ୍ତାନ ଖବର କାଗଜ ଏକ୍ସପ୍ରେସ ଟ୍ରିବ୍ୟୁନାଲ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଜଷ୍ଟିସ୍‌ ସିଦ୍ଦିକି ରାଓ୍ଵଲପିଣ୍ଡି ବାର୍‌ ଆସୋସିଏସନ୍‌ର ଏକ ସଭାରେ ଆଇଏସ୍‌ଆଇ ଉପରେ ଆରୋପ ଲଗାଇଥିଲେ କି ଗୁଇନ୍ଦା ସଂସ୍ଥା କୋର୍ଟର କାର୍ଯ୍ୟଧାରାକୁ ନିଜ ଅନୁସାରେ ପରିଚାଳିତ କରୁଛି। ସେ ଏକଥା ମଧ୍ୟ କହିଥିଲେ କି ଇସ୍‌ଲାମବାଦ୍‌ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଆଇଏସ୍‌ଆଇ ପକ୍ଷରୁ କୁହାଯାଇଥିଲା କି ପାକ୍‌ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ ଓ ତାଙ୍କ ଝିଅଙ୍କୁ ଜେଲ୍‌ରେ ରଖାଯାଉ। ଆଉ ସେଇ ଅନୁସାରେ ହାଇକୋର୍ଟ ରାୟ ଦେଇଥିଲେ। ଆଇଏସ୍‌ଆଇ ଇଙ୍ଗିତରେ କୋର୍ଟ ପରିଚାଳିତ ହେଉଥିବା ସେ ଖୁଲମ୍‌ ଖୁଲା ଅଭିଯୋଗ କରିଥିଲେ।

ndtv.com

ଏହି ଘଟଣା ପରେ ତାଙ୍କ ନାମରେ ଜୁଡିସିଆଲ୍‌ କାଉନ୍ସିଲ୍‌ରେ ଅଭିଯୋଗ କରାଯାଇଥିଲା। ଏହାକୁ ତଦନ୍ତ କରି କାଉନ୍ସିଲ୍‌ ଜଷ୍ଟିସ୍‌ ସିଦ୍ଦିକିଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର