ଲଣ୍ଡନରେ ଗିରଫ ହେଲେ ଓ୍ଵିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ୍‌

ଲଣ୍ଡନ : ଓ୍ଵିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ ଗିରଫ ହୋଇଛନ୍ତି । ତାଙ୍କୁ ବ୍ରିିଟିଶ ପୁଲିସ ଲଣ୍ଡନ ସ୍ଥିତ ଇକ୍ୱେଡର ଦୂତାବାସରୁ ଗିରଫ କରିଛି । କୋର୍ଟରେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଗଲା ବୋଲି ପୁଲିସ କହିଛି । ୨୦୧୨ରୁ ସେ ଉକ୍ତ ଦୂତାବାସରେ ରହୁଥିଲେ । ତେବେ ଇକ୍ୱେଡର ତାଙ୍କୁ ଦେଇଥିବା ଆଶ୍ରୟ ପ୍ରତ୍ୟାହାର କରିବାରୁ ତାଙ୍କୁ ପୁଲିସ ଗିରଫ କରିଛି । ଇକ୍ୱେଡରର ରାଷ୍ଟ୍ରପତି ଲେନିନ୍‌ ମୋରେନୋ କହିଛନ୍ତି ଯେ ଆସେଞ୍ଜ ବାରମ୍ବାର ଅନ୍ତର୍ଜାତୀୟ ନିୟମାବଳୀର ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଦିଆଯାଇଥିବା କୂଟନୈତିକ ଆଶ୍ରୟ ପ୍ରତ୍ୟାହାର କରାଗଲା ।
ସ୍ୱିଡେନରେ ତାଙ୍କ ବିରୋଧରେ ଏକ ଯୌନ ନିର୍ଯ୍ୟାତନା ମାମଲାକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଥିଲା । କିନ୍ତୁ ପରେ ଏହି ମାମଲା ପ୍ରତ୍ୟାହାର ହୋଇଥିଲା । ଜୁଲିଆନଙ୍କ ଗିରଫଦାରୀ ପରେ ତାଙ୍କ ବିରୋଧରେ ପ୍ରଥମେ ଲଣ୍ଡନରେ ମାମଲା ଚାଲିବ । ଜାମିନ ସର୍ତ୍ତାବଳୀର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ମାମଲା ଚାଲିବ । ତାଙ୍କୁ ଆମେରିକାକୁ ପ୍ରତ୍ୟାର୍ପଣ ମଧ୍ୟ କରାଯାଇପାରେ ।

ସମ୍ବନ୍ଧିତ ଖବର