ଜୁନ୍‌ ୧୨ରେ ଟ୍ରମ୍ପ୍‌-କିମ୍‌ ସାକ୍ଷାତ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ବୈଠକ ଆସନ୍ତା ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବ। ସିଙ୍ଗାପୁରରେ ଟ୍ରମ୍ପ୍‌-କିମ୍‌ଙ୍କ ମଧ୍ୟରେ ହେବାକୁ ଥିବା ଏହି ପ୍ରଥମ ସାକ୍ଷାତ ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଛି। ଉତ୍ତର କୋରିଆ ନିଜ ଦେଶରେ ବନ୍ଦୀ ଥିବା ୩ ଆମେରିକୀୟ କଏଦୀଙ୍କୁ ମୁକ୍ତ କରିବାର ଦୁଇ ଘଣ୍ଟା ପରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଟ୍ଵିଟ୍‌ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ଉଭୟ ରାଷ୍ଟମୁଖ୍ୟ ବିଶ୍ୱଶାନ୍ତି ପାଇଁ ଏହି ଆଲୋଚନାକୁ ଅତି ସ୍ୱତନ୍ତ୍ର ମୁହୂର୍ତ୍ତରେ ପରିଣତ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ଓ୍ଵାସିଂଟନ୍‌ ଏବଂ ପୋଙ୍ଗୟାଙ୍ଗ୍‌ ମଧ୍ୟରେ ବର୍ଷବର୍ଷ ଧରି ଲାଗି ରହିଥିବା ଅଶାନ୍ତିର କାରଣ ଏବଂ ଉତ୍ତର କୋରିଆର ପରମାଣୁ ନିରସ୍ତ୍ରୀକରଣ ନେଇ ଆଲୋଚନା ହେବ।

ସମ୍ବନ୍ଧିତ ଖବର