ସିନିୟର ଡ଼ାକ୍ତରଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ କନିଷ୍ଠ ଡ଼ାକ୍ତର

ଆହ୍ଲାବାଦ୍‌ : ଆହ୍ଲାବାଦ୍‌ ମେଡ଼ିକାଲ କଲେଜରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ କନିଷ୍ଠ ଡ଼ାକ୍ତର ସିନିୟର ଡ଼ାକ୍ତରଙ୍କ ପ୍ରତାରଣାରୁ ବଞ୍ଚିବା ପାଇଁ ଆତ୍ମହତ୍ୟା କରିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘଟଣା ପରେ କନିଷ୍ଠ ଡ଼ାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ରୋଗୀମାନଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି । ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ବେଳେ ଉତ୍ତେଜନା ଏ ପର୍ଯ୍ୟନ୍ତ ଥମି ନାହିଁ ।

india.com

ସୂଚନା ମୁତାବକ, ବରିଷ୍ଠ ଡ଼ାକ୍ତରଙ୍କ ପ୍ରତାରଣା ସହି ନ ପାରି ମୋତିଲାଲ ନେହରୁ ମେଡ଼ିକାଲ କଲେଜର କନିଷ୍ଠ ଡ଼ାକ୍ତର ପ୍ରମୋଦ ତିଓ୍ଵାରି ନିଦ ବଟିକା ଖାଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ପହଞ୍ଚା ଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ଘଟଣା ପରେ ପୀଡ଼ିତଙ୍କ ସହକର୍ମୀମାନେ କାମ କରିବାକୁ ମନା କରିବା ସହ ଆନ୍ଦୋଳନ ଜାରି ରଖିଥିବା ଜଣା ପଡ଼ିଛି । ଯାହା ଫଳରେ ହସ୍ପିଟାଲର ଚିକିତ୍ସା ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧିତ ଖବର