ନ୍ୟାୟିକ ବ୍ୟବସ୍ଥା ବିପଦରେ: କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍‌.ଯୋସେଫଙ୍କ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ସୁପାରିସକୁ କେନ୍ଦ୍ର ସରକାର ଫେରାଇ ଦେବାପରେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ସୁପାରିସ ଖାରଜ କରିବା ପଛରେ କେନ୍ଦ୍ରସରକାରଙ୍କ ପ୍ରତିଶୋଧ ପରାୟଣ ରାଜନୀତି ଥିବା କଂଗ୍ରେସ ଅଭିଯୋଗ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ଦଲ କହିଛନ୍ତି ଯେ, ଭାରତର ନ୍ୟାୟିକ ବ୍ୟବସ୍ଥା ଏବେ ବିପଦରେ ରହିଛି। ଯଦି ଆମ ନ୍ୟାୟପାଳିକା ନିଜ ସ୍ୱାଧୀନତା ରକ୍ଷା ପାଇଁ ଏକଜୁଟ ନହେବ ତେବେ ଦେଶର ଗଣତନ୍ତ୍ର ବିପଦରେ ପଡ଼ିଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କେବଳ ନିଜ ଲୋକ ଭର୍ତ୍ତି କରିବାକୁ ଚାହୁଛନ୍ତି। ଦେଶବ୍ୟାପୀ ୪୧୦ଜଣ ବିଚାରପତିଙ୍କ ଆବଶ୍ୟକତା ରହିଥିବା ବେଳେ କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ନଦେଇ କେବଳ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର