ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିବା ଜଷ୍ଟିସ ରଞ୍ଜନ ଗୋଗୋଇ ପରମ୍ପରା ଅନୁସାରେ  କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ୍‌ କରିଛନ୍ତି । ତାଙ୍କ ପରେ ସୁପ୍ରିମକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଶରଦ ଅରବିନ୍ଦ ବବ୍‌ଡେ ମୁଖ୍ୟ ବିଚାରପତି ହୁଅନ୍ତୁ ବୋଲି ଜଷ୍ଟିସ ଗୋଗଇ ସୁପାରିସ୍‌ କରିଥିବା ଜଣାପଡ଼ିଛି । ତେବେ ଅବସର ଗ୍ରହଣ କରିବା ପୂର୍ବରୁ ଦେଶର ପ୍ରଧାନ ବିଚାରପତିମାନେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବେ ତାହା ସୁପାରିସ କରିଥାନ୍ତି । ସେ ଯିବା ପରେ ତାଙ୍କ ସ୍ଥାନରେ ସେ କାହାକୁ ଦେଖିବାକୁ ଚାହାନ୍ତି, ଏହା ସେମାନେ କେନ୍ଦ୍ର ସରକାରଙ୍କୁ  ଚିଠି ଲେଖି ଜଣାଇଥାନ୍ତି ।

Image result for Justice Sharad Arvind Bobde
Sentinel Assam

ସୁପ୍ରିମକୋର୍ଟରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ଏସ୍‌ଏ ବବ୍‌ଡେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଭାବେ କାମ କରୁଛନ୍ତି । ଜଷ୍ଟିସ ଗୋଗୋଇଙ୍କ ଅବସର ପରେ ତାଙ୍କ ସ୍ଥାନରେ ବବ୍‌ଡେଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା  ସ୍ପଷ୍ଟ ହୋଇ ଯାଇଛି ।

ସୂଚନା ମୁତାବକ, ଅକ୍ଟୋବର ୩,୨୦୧୮ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଥିଲେ ଜଷ୍ଟିସ ଗୋଗୋଇ । ଆସନ୍ତା ନଭେମ୍ବର ୧୭ରେ ସେ ଅବସର ନେବାକୁ ଥିବା ବେଳେ ନିୟମ ଅନୁଯାୟୀ ନଭେମ୍ବର ୧୮ରେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଏସ୍‌ଏ ବବ୍‌ଡେ ।

ସମ୍ବନ୍ଧିତ ଖବର