ବଜ୍ର-ଟି  କମାଣ ସେନାରେ ସାମିଲ ହେବା ପରେ ପାକ୍‌ ସୀମାରେ ମୁତୟନ ହେବ  

ନାସିକ୍‌: ଦକ୍ଷିଣ-କୋରିଆର ଜଣାଶୁଣା ଅସ୍ତ୍ର ନିର୍ମାଣକାରୀ ହନ୍‌ଓ୍ଵା ଟେକ୍‌ଓ୍ଵିନ୍‌ ସହାୟତାରେ ଭାରତୀୟ  କମ୍ପାନି ଲାର୍ସେନ୍‌ ଆଣ୍ଡ୍‌ ଟର୍ବୋ ପ୍ରସ୍ତୁତ କରିଥିବା ଶକ୍ତିଶାଳୀ ହ୍ଵିଜର ଶ୍ରେଣୀୟ କମାଣ  କେ୯ ବଜ୍ର-ଟି ଆସନ୍ତା ସପ୍ତାହରେ ସେନା ହାତକୁ ଆସିବ। ନଭେମ୍ବର ୯ ତାରିଖ ଦିନ ନାସିକସ୍ଥିତ ଦେବ୍‌ଲାଲି ଫିଲ୍ଡ ଫାୟାରିଂ ରେଞ୍ଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ସେନାକୁ ଏହା ହସ୍ତାନ୍ତର କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ  ଓ  ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ଙ୍କ ଉପସ୍ଥିତିରେ ଏହା ହସ୍ତାନ୍ତର ହେବ।

୧୯୮୦ ବୋଫର୍ସ ସ୍କାଣ୍ଡାଲ୍‌ ପରେ  ପ୍ରଥମ ଥର ଲାଗି ହ୍ଵିଜର୍‌ ଶ୍ରେଣୀୟ କମାଣ ଭାରତୀୟ ସେନାକୁ ଦିଆଯାଉଛି। କେ୯ ବଜ୍ର-ଟି ଶ୍ରେଣୀୟ କମାଣ ଦକ୍ଷିଣ କୋରିଆ ସେନା ବ୍ୟବହାର କରିଆସୁଛି। ଏହି କମାଣର ଓଜନ ୪୫ ଟନ୍‌ ଓ ଏହା ଘଣ୍ଟାକୁ ୬୦/୭୦ କିମି ବେଗରେ ଗୋଣ ବର୍ଷଣ କରିବାର କ୍ଷମତା ରଖିଛି।

Indian Defence News

ଉଲ୍ଲେଖଯୋଗ୍ୟ କଥା ହେଲା, ପାକିସ୍ତାନ ସହିତ ଭାରତୀୟ ସେନାର ମୁହାଁମୁହିଁ ହେବା ଘଟଣା କ୍ରମଶଃ ବଢ଼ିଚାଲିଥିବାରୁ ଏହି ହ୍ଵିଜର କମାଣକୁ ଭାରତ-ପାକିସ୍ତାନ  ପଶ୍ଚିମ  ସୀମାନ୍ତରେ ମୁତୟନ କରାଯିବାର ଯୋଜନା ରହିଛି। ବଜ୍ର-ଟି ସାମିଲ୍‌ ହେବା ଦ୍ୱାରା ସେନାର ଅସ୍ତ୍ର ଶକ୍ତିରେ ବୃଦ୍ଧି ଘଟିବ ବୋଲି ଜଣାଯାଇଛି।

 

ସମ୍ବନ୍ଧିତ ଖବର