‘କାଲା’ ରିଲିଜ୍‌କୁ ନେଇ ତେଜୁଛି ବିବାଦ

ବେଙ୍ଗାଲୁରୁ : ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଲାଗି ରହିଥିବା କାବେରୀ ଜଳ ବିବାଦ ଉଗ୍ରରୂପ ଧାରଣ କରିଛି। ତେଣୁ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ‘କାଲା’ ଚଳଚ୍ଚିତ୍ରକୁ କର୍ଣ୍ଣାଟକରେ ରିଲିଜ କରାଇ ନଦେବା ପାଇଁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ଆଜି ବେଙ୍ଗାଲୁରୁ ହାଇକୋର୍ଟ ଚଳଚ୍ଚିତ୍ରର ରିଲିଜ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ମତବ୍ୟକ୍ତ କରି କହିଛନ୍ତି ଯେ, ‘କାଲା’ ଚଳଚ୍ଚିତ୍ର ରିଲିଜ ପାଇଁ ଏହା ସଠିକ୍‌ ସମୟ ନୁହେଁ। କାବେରୀ ଜଳ ବିବାଦ ତୁଟିବା ପରେ ଚଳଚ୍ଚିତ୍ର ରିଲିଜ୍‌ ହେଲେ ଉଭୟ ରାଜ୍ୟ ସାଙ୍ଗକୁ ପ୍ରଯୋଜକ ଓ ଡ୍ରିଷ୍ଟ୍ରିବ୍ୟୁଟରଙ୍କ ପାଇଁ ମଧ୍ୟ ଭଲ ହୁଅନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜୁନ ୭ ତାରିଖରେ ଏହି ସିନେମା ରିଲିଜ ହେବାକୁ ଅଛି। ତେବେ ସିନେମା ରିଲିଜ୍‌ ହେଲେ ହଲ୍‌ ଗୁଡ଼ିକୁ ପୋଡ଼ି ଦିଆଯିବ ବୋଲି କିଛି ଗୋଷ୍ଠୀ ପୂର୍ବରୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର