କାବେରୀ ଜଳ ବୋର୍ଡ ଗଠନ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ସରକାର ଆଜି କାବେରୀ ଜଳ ପରିଚାଳନା ବୋର୍ଡ ଗଠନ କରିଛନ୍ତି। ତେବେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଉକ୍ତ ପରିଚାଳନା ବୋର୍ଡରେ କର୍ଣ୍ଣାଟକ ସରକାରଙ୍କ କୌଣସି ପ୍ରତିନିଧି ନାହାନ୍ତି। କେନ୍ଦ୍ରୀୟ ଜଳ କମିସନ୍‌ (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷ ଏସ୍‌ ମାସୁଦ ହୁସେନ୍‌ଙ୍କୁ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ମନୋନୀତ କରାଯାଇଛି ଏବଂ ସିଡବ୍ଲ୍ୟୁସି ଜଳସେଚନ ପରିଚାଳନା ଅନୁଷ୍ଠାନର ମୁଖ୍ୟ ଇଞ୍ଜିନିୟର ନବୀନ କୁମାରଙ୍କୁ ଅଥୋରିଟିର ସଦସ୍ୟ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର