୪୦ ବର୍ଷ ତଳେ ଆଶୀର୍ବାଦ ପାଲଟିଥିବା ଏହି ନଦୀ ଏବେ ପାଲଟିଛି ଅଭିଶାପ; ଏହାର ଜଳ ପିଇଲେ ହ୍ରାସ ପାଉଛି ସନ୍ତାନ ଉତ୍ପାଦନ କ୍ଷମତା

ମୁଜାଫର୍‌ନଗର: ୪୦ ବର୍ଷ ପୂର୍ବେ ଯେଉଁ ନଦୀ ୧୨୦୦ଟି  ଗ୍ରାମ ପାଇଁ ଆଶୀର୍ବାଦ ପରି କାର୍ଯ୍ୟ କରୁଥିଲା ବର୍ତ୍ତମାନ ତାହା  ଅଭିଶାପର ରୂପ ନେଇଛି। ଉତ୍ତର ପ୍ରଦେଶର କାଳୀ ନଦୀ(ବ୍ଲାକ୍‌ ରିଭର୍‌), ଯାହାକି ମୁଜାଫର୍‌ନଗରର ଅନ୍ତ୍ୱରାରୁ ଆରମ୍ଭ ହୋଇ କନୌଜରେ ଶେଷ ହୋଇଛି। ଏହି ନଦୀର ଜଳ ଏବେ କର୍କଟ, ଚର୍ମ ରୋଗ, ହୃଦ୍‌ରୋଗ, ସନ୍ତାନ ଉତ୍ପାଦନ କ୍ଷମତା ହରାଇ ବସିବା ପରି ରୋଗର କାରଣ ପାଲଟୁଛି।

୧୯୬୦ ମସିହା ସମୟରେ ଏହି ନଦୀ ମୁଜାଫର୍‌ନଗର, ମିରଟ, ହାପୁର୍‌, ଖୁର୍ଜା, ବୁଲନ୍ଦସର୍‌, ଆଲିଗଡ଼, ଫରୁକାବାଦ୍‌, କସଗଞ୍ଜ, କନୌଜ ଆଦି ଅଞ୍ଚଳ ପାଇଁ ପାଣିର ପ୍ରଧାନ ଉତ୍ସ ଥିଲା। ଏହି ନଦୀର ପାଣି ଉପରେ ପ୍ରାୟ ୧୨୦୦ରୁ ଊର୍ଧ୍ୱ ଗ୍ରାମବାସୀ ନିର୍ଭର କରୁଥିଲେ।

ମାତ୍ର ଆଜିର ସମୟରେ କାଳୀ ନଦୀକୁ ଉତ୍ତର ଭାରତର ସବୁଠାରୁ ପ୍ରଦୂଷିତ ନଦୀ ଭାବେ ବିବେଚନା କରାଯାଉଛି। ନଦୀର ଉପର ସ୍ତର ଖୁବ୍‌ ବେଶି ପ୍ରଦୂଷିତ। ଏହି ନଦୀରେ ଏବେ ବିଭିନ୍ନ କଳକାରଖାନାର ବର୍ଜ୍ୟ ସାମଗ୍ରୀ, ରସାୟନିକ ଦ୍ରବ୍ୟ, ଆବଜର୍ଜନା ପଡୁଥିବାର ଦେଖିବାକୁ ମିଳୁଛି।

ଏହି ନଦୀ ସଂପର୍କିତ ସବୁଠାରୁ ଦୁଃଖଦାୟକ କଥାଟି ହେଉଛି, ଏହା କେବଳ କର୍କଟ ବା ହୃଦ୍‌ରୋଗର କାରଣ ନୁହେଁ ବରଂ ଏଥିପାଇଁ ଆଗାମୀ ପିଢ଼ିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଭୁକ୍ତଭୋଗୀଙ୍କ କହିବା ଅନୁସାରେ ଏହି ପାଣି ହେତୁ ମିରଟସ୍ଥିତ ପିଠଲୋକର୍‌ ଗ୍ରାମର ପ୍ରାୟ ୮୦ ପ୍ରତିଶତ ପରିବାରରେ ଶିଶୁଟିଏ ଜନ୍ମ ନେଉନାହିଁ। ଏହି ପାଣି ସନ୍ତାନ ଉତ୍ପାଦନ କ୍ଷମତା ହ୍ରାସ କରାଉଛି।

ସମ୍ବନ୍ଧିତ ଖବର