କାଲିଫର୍ନିଆରେ ଗୁଳିମାଡ଼, ୧୦ ଆହତ

କାଲିଫର୍ନିଆ: କାଲିଫର୍ନିଆର ସାନ୍‌ ବର୍ନାଡିନୋ ନାମକ ଏକ ଆପାର୍ଟମେଣ୍ଟରେ ରବିବାର ବିଳମ୍ବିତ ରାତିରେ ଗୁଳିମାଡ଼ ଘଟିଛି। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଲୋକମାନେ ସାପ୍ତାହିକ ଅବକାଶ ପାଇଁ ଆପାର୍ଟମେଣ୍ଟ ବାହାରେ ଏକାଠି ହୋଇ ବିଭିନ୍ନ ଖେଳରେ ବ୍ୟସ୍ତ ଥିଲେ। ଏହି ସମୟରେ କିଛି ଲୋକ ଅଚାନକ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସଂପର୍କରେ କୌଣସି ଖବର ମିଳିନାହିଁ।

ସମ୍ବନ୍ଧିତ ଖବର