ଆୟକର ଚଢ଼ଉ ପରେ ବିଦେଶ ପଳାଇବା ଉଦ୍ୟମକୁ ଖଣ୍ଡନ କ‌ଲେ “କଳକୀ ଭଗବାନ”

ଚେନ୍ନାଇ: ନିଜକୁ  ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କହୁଥିବା ଧର୍ମଗୁରୁ ବିଜୟ କୁମାର ନାଇଡୁ ଓରଫ “କଳକୀ ଭଗବାନ” ଏବେ ଚର୍ଚ୍ଚାର ପରିସରରେ ଅଛନ୍ତି। “କଳକୀ ଭଗବାନ”ଙ୍କ ପୁଅ କ୍ରିଷ୍ଣାଙ୍କ ମାଲିକାନା‌ରେ ଥିବା କମ୍ପାନି ହ୍ବାଇଟ୍ ଲୋଟସର ସଂପତ୍ତି ଯାଞ୍ଚ ଲାଗି ଆୟକର ବିଭାଗ ପକ୍ଷରୁ କଳକୀଙ୍କ ଆଶ୍ରମ ଉପରେ  ଚଢଉ ପରେ କୋଟି କୋଟି ଟଙ୍କାର ଦେଶୀ-ବିଦେଶୀ ମୁଦ୍ରା ଏବଂ ସୁନା ମିଳିଛି । ତେବେ ଏହି ଘଟଣା ପରେ “କଳକୀ ଭଗବାନ”ଙ୍କ ଏକ ଭିଡିଓ ମେସେଜ୍ ଆସିଛି। ଏଥିରେ “କଳକୀ ଭଗବାନ” ତାଙ୍କ ନାମରେ ଯେଉଁ ଗୁଜବ ଶୁଣିବାକୁ ମିଳୁଛି କି ଯେ ସେ ଦେଶ ବାହାରକୁ ପଳାଇଯିବା ଲାଗି ଯୋଜନା କରୁଛନ୍ତି, ତାହାର ଖଣ୍ଡନ କରିଛନ୍ତି।

ଗତ ଏକ ସପ୍ତାହ ଧରି ଆଧ୍ୟାତ୍ମିକ ଗୁରୁ କଳକୀ ଭଗବାନଙ୍କ ସାରା ଦେଶରେ ଥିବା ୪୦ ଟି ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଯେଉଁଥିରେ ୪୪ କୋଟି ଟଙ୍କାର ନଗଦ, ବହୁ ପରିମାଣର ସୁନା ଏବଂ ଚାନ୍ଦାର ରସିଦ୍ ମିଳିଥିଲା । ଆୟକର ବିଭାଗକୁ ୯୦ କିଲୋଗ୍ରାମ୍ ସୁନା , ୪୦୯ କୋଟି ଟଙ୍କାର ଚାନ୍ଦାର ରସିଦ୍ , ବିନା ନାଁରେ ଥିବା ୧୧୫ କୋଟି ବ୍ୟାଙ୍କ୍ ଆକାଉଣ୍ଟ୍ ମିଳିଥିଲା । “କଳକୀ ଭଗବାନ”ଙ୍କ ପୁଅର କମ୍ପାନି “ହ୍ୱାଇଟ୍ ଲୋଟସ୍” ସହ ଆଶ୍ରମର ୮୫ କୋଟି ଟଙ୍କାର ନେଣଦେଣର ଖବର ମଧ୍ୟ ମିଳିଛି ।

ଆୟକର ବିଭାଗର ଏହି ଚଢାଉ “କଳକୀ ଭଗବାନ”ଙ୍କ ୪୦ ଟି ଠିକଣା ଚେନ୍ନାଇ,ହାଇଦ୍ରାବାଦ୍ , କୁପ୍ପମ୍ , ଚିତ୍ତୁର୍ ଭଳି ଅନେକ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମିଳିଥିବା ୪୪ କୋଟି ଟଙ୍କା ଏବଂ ୨୦ କୋଟି ଡଲାରକୁ ଏବେ ସିଜ୍ କରି ଦିଆଯାଇଛି । ସିଜ୍ କରାଯାଇଥିବା ଦେଶୀ ଏବଂ ବିଦେଶୀ ମୁଦ୍ରା ଏବଂ ସୁନାର ଦର ପାଖାପାଖି ୧୦୫ କୋଟି ଟଙ୍କା ହେବ ।

ସମ୍ବନ୍ଧିତ ଖବର