ଚଳଚ୍ଚିତ୍ର ନିର୍ମାତା କଳ୍ପନା ଲାଜ୍‌ମିଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା କଳ୍ପନା ଲାଜ୍‌ମିଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଗତବର୍ଷଠାରୁ ସେ କିଡ୍‌ନି କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଆଜି ଭୋର ୪ଟା ୩୦ରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶେଷଥର ପାଇଁ ୨୦୦୬ରେ ସେ ‘ଚିଙ୍ଗାରି’ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମିଥୁନ୍‌ ଚକ୍ରବର୍ତ୍ତୀ, ଅନୁଜ ସହନି ଏବଂ ସୁସ୍ମିତା ସେନ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଏହା ବାଦ୍‌ ଲାଜ୍‌ମି ‘ରୁଦାଲି’, ‘ଏକ୍‌ ପଲ୍‌’ ଏବଂ ‘ଦାମନ୍‌’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଅଭିନେତ୍ରୀ ହୁମା କ୍ୟୁରେଶି ଟ୍ଵିଟ୍‌ କରି ତାଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର