ନୂଆଦିଲ୍ଲୀ: କେରଳସ୍ଥିତ କଲ୍ୟାଣ ଜୁଏଲର୍ସ କେରଳ ହାଇକୋର୍ଟରେ ଏକ ଅଭିଯୋଗ ଆଣିଛି। ସୋସିଆଲ୍ ମିଡିଆରେ ଗୁଜବ ଖବର ପ୍ରକାଶ ପାଇବା ପରେ ଜୁଏଲର୍ସକୁ ୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଅଭିଯୋଗ ହୋଇଛି।
ଜୁଏଲରି କମ୍ପାନି ହାଇକୋର୍ଟରେ ଦାୟର କରିଥିବା ଯାଚିକାରେ ଉଲ୍ଲେଖ କରିଛି ଯେ ‘ଆମ ସୋ’ରୁମ୍ରେ ନକଲି ସୁନା ଜବତ ହୋଇଛି ବୋଲି ଏକ ଗୁଜବ ଭିଡିଓ ୟୁଟ୍ୟୁବ୍ରେ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି କଲ୍ୟାଣ ଜୁଏଲର୍ସର ଏକ ବିରୋଧାତ୍ମକ ବିଜ୍ଞାପନ।’
ଏହି ଭିଡିଓକୁ ଅପମାନଜନକ ଓ ଗୁଜବ ବୋଲି ଦର୍ଶାଇ କମ୍ପାନିକୁ ଏହି ଭିଡିଓ ହେତୁ ୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି।
ଯାଚିକାରେ ଉଲ୍ଲେଖ କରାଯାଇଛି ଯେ ଭିଡିଓଟିରେ କଲ୍ୟାଣ ଜୁଏଲର୍ସର ନାମ ଓ ଲୋଗ ଦେଖିବାକୁ ମିଳିଛି। କଲ୍ୟାଣ ଜୁଏଲର୍ସକୁ ଅପଦସ୍ତ କରିବା ପାଇଁ ହିଁ କେହି ଜଣେ ପ୍ରତିଦ୍ୱନ୍ଦ୍ୱୀ ଜାଣିଜାଣି ଏପରି କରିଛି।
ସୋସିଆଲ୍ ମିଡିଆରେ ଲପରି ମିଥ୍ୟା ବିଜ୍ଞାପନ ହେତୁ କେଉଁ ପ୍ରତିଷ୍ଠିତ କମ୍ପାନି ଏପରି ଅପଦସ୍ତ ହୁଅନ୍ତୁ ନାହିଁ ବୋଲି କମ୍ପାନି ପକ୍ଷରୁ ନିବେଦନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Kalyan_jewellers.jpeg)