ମୋଦୀଙ୍କୁ ପ୍ରଶଂସା କରି ଅଡ଼ୁଆରେ କଲ୍ୟାଣ ସିଂହ:ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିର୍ବାଚନ କମିସନ୍‌

0

ନୂଆଦିଲ୍ଲୀ: ରାଜ୍ୟପାଳ ପଦବିର ମର୍ଯ୍ୟାଦା ଏବଂ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ନଦେଇ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଏବେ ଘୋର ଅଡ଼ୁଆର ସମ୍ମୁଖୀନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି ଏବଂ ଏଥିପାଇଁ ବିଜେପି କର୍ମୀମାନେ ନିଷ୍ଠାପର ଭାବେ କାମ କରିବା ଉଚିତ ବୋଲି କଲ୍ୟାଣ ସିଂହ ନିକଟରେ ବୟାନ ଦେବାପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ନିର୍ବାଚନ କମିସନ। ଏହାକୁ ଆଚରଣ ବିଧି ଉଲ୍ଲଂଘନ ମାମଲା ଭାବେ ଗ୍ରହଣ କରି କଲ୍ୟାଣ ସିଂହଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି କମିସନ ଅଭିଯୋଗ କରିଛନ୍ତି।
ରାଜ୍ୟପାଳ କଲ୍ୟାଣ ସିଂହ ଏକ ସାମ୍ବିଧାନିକ ପଦବିରେ ରହିଥିଲେ ମଧ୍ୟ ଆଚରଣ ବିଧିକୁ ସମ୍ମାନ ନଦେଇ ଦଳୀୟ ଚିନ୍ତାଧାରାରେ ବୟାନ ଦେଇଥିବାରୁ କମିସନ ଏହାର ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ମାସ ୨୩ ତାରିଖ ଦିନ କଲ୍ୟାଣ ଏଭଳି ବୟାନ ଦେବାପରେ ଏହାକୁ ନେଇ ବିବାଦ ତେଜିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.